STORYMIRROR

Tapaswini DashSarangi

Abstract Tragedy Inspirational

3  

Tapaswini DashSarangi

Abstract Tragedy Inspirational

ଏକ ଠିକଣାର ସନ୍ଧାନ

ଏକ ଠିକଣାର ସନ୍ଧାନ

1 min
172

କିଛି ମିଛକୁ ସତ ଭାବି

କିଛି ଅବିଶ୍ଵାସକୁ ବିଶ୍ଵାସ ଭାବି

କିଛି କୋହକୁ ଆପଣାର ଭାବି

ସେ ସବୁକୁ

ଚୁଲିରେ ବସିଥିବା ଭାତ ହାଣ୍ଡିର

ଫୁଟନ୍ତା ପେଜ ସହିତ ଉଗାଳି ଦିଏ।

କିଛି ଭାବନାକୁ ସମ୍ଭାବନା ଭାବି

କିଛି ଯାତନାକୁ ପ୍ରାପ୍ୟ ଭାବି

କିଛି ସ୍ଵପ୍ନକୁ ଜୀବନର ଦୁଃସ୍ଵପ୍ନ ଭାବି

ନିଜର ଦରସିଆଁ ପଣତରେ

ଲୁଚେଇ ପକାଏ ।

କିଛି ପରିସ୍ଥିତିକୁ ସଂଘର୍ଷ ଭାବି

କିଛି ଅପମାନକୁ ଦୁଃସମୟ ଭାବି

କିଛି ଅଭିମାନକୁ ନିଜର ଭାଗ୍ୟ ଭାବି

ପରିଜନଙ୍କ ଓଠରେ ହସର

କଳିକା ଫୁଟାଇବାକୁ ଚାହେଁ।

ନିଜର କର୍ତ୍ତବ୍ୟ ଦାୟିତ୍ଵର

ପରିବେଷ୍ଟନୀରେ ସଜେଇ ଥିବା

ଗୃହ ଯେବେ ତା' ପାଖରେ ଋଣୀ

ବୋଲି ଗୃହିଣୀ କୁହାଯାଏ।

ତାହେଲେ ଏ ଦ୍ଵିଧା କାହିଁକି

ଯେ ପ୍ରକୃତରେ ତା' ଠିକଣା କଣ?

ତାହେଲେ ଏ ସମ୍ପର୍କରେ

ଏତେ ଅନ୍ତର କାହିଁକି?

 ଦୁହିତାର ନାମକରଣ ହୁଏ ସିନା

 ହେଲେ କିଏ କହେ ପରଧନ

ଆଉ ପୁଣି କିଏ ପରଝିଅ!


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract