STORYMIRROR

Ajaya Kumar Mohanty

Inspirational Others

2  

Ajaya Kumar Mohanty

Inspirational Others

ଏକ ଓ ସତ୍ଯ

ଏକ ଓ ସତ୍ଯ

1 min
14.3K


ଜଗନ୍ନାଥ ଯିବେ ମାଉସୀ ଘର,

ରଥ ତିନି ସଜ କର l

ରଥ ପାଇଁ ଲୋଡା କାଠ,

ଶକ୍ତ ସବଳ ଧାରୁଅ ଗଛ,

ଘନ ଜଙ୍ଗଲରେ ବଢୁଛି ଉଚ୍ଚ।

ସବୁଜ ସୁନ୍ଦର ଧରିତ୍ରୀ ରୂପ,

ଅସୀମ ଅନନ୍ତ ବ୍ରହ୍ମାଣ୍ଡ ବିଶ୍ବ,

ଅଣୁ ପରିମାଣ କ୍ଷୁଦ୍ର ଭଗ୍ନାଂଶ।

ରଥ ପାଇଁ ଲୋଡା ପଥ,

ବଡଦାଣ୍ଡ ଖୋଲା ମେଲା ପ୍ରଶସ୍ତ,

ଆକାଶ ଗଙ୍ଗାର କ୍ଷୁଦ୍ର ବିକଳ୍ପ।

ସଂଖ୍ଯାରେ ଗଣନା ହୁଏନା ତାରା,

ସମୁଦ୍ର ଲହରୀ ବୁନ୍ଦାରେ ଭରା,

ବଡଦାଣ୍ଡେ ହେବ ଭକ୍ତଙ୍କ ମେଳା।

ଜଗତନାଥଙ୍କ ଗୁଣ୍ଡିଚା ଯାତ୍ରା,

ରଥର ହୁଅଇ ଅର୍ପୂବ ସଜ୍ଜା,

ଦେବ ଦୁର୍ଲଭ ତାର ପ୍ରକାଶ,

ରଙ୍ଗ ଓ ବର୍ଣ୍ଣର ଅନନ୍ଯ କଳ୍ପ।

ଭିନ୍ନ ସବୁ ମିଶି ସୁନ୍ଦର ଶ୍ରେଷ୍ଠ,

ଆତ୍ମା ପରମାତ୍ମା ଭେଟ ରହସ୍ଯ,

ଅଖିଳ ବ୍ରହ୍ମାଣ୍ଡ ବିଶ୍ବ ନିୟନ୍ତା,

ଘଟଣା ଘଟିବ ଯାହା ତା ଇଚ୍ଛା।

ଜଙ୍ଗଲ ଜଙ୍ଗଲ ଗଛ ଓ କାଠ,

ଅଖ ଚକ ଆଉ ରଥର ଗଳ୍ପ,

ଦାଣ୍ଡ ରାସ୍ତା ପଥ (ଯେତେ) ବିଶେଷ,

ରାତି ଦିନ ମାସ ବର୍ଷ ତାରିଖ,

ସବୁ ହିଁ କେବଳ ନିମିତ୍ତ ମାତ୍ର,

ଜଗନ୍ନାଥ ସ୍ବାମୀ ଏକ ଓ ସତ୍ଯ।


ଅଜୟ କୁମାର ମହାନ୍ତି

ଏ.ଜି.ଏମ୍, ୟୁନାଇଟେଡ ବ୍ଯାଙ୍କ ଅଫ୍ ଇଣ୍ଡିଆ

ମୁଖ୍ଯ କାର୍ଯ୍ଯାଳୟ, 11ହେମନ୍ତ ବସୁ ସରଣୀ

କୋଲକତା, 700001

ମୋବାଇଲ ନଂ -- 9477540243


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational