Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Comedy Others

3  

Niranjan Sahu

Comedy Others

ଏକ ମଜା କବିତା

ଏକ ମଜା କବିତା

1 min
341


ପାଖରେ ଅଛନ୍ତି ଘରଣୀ ମୋର

କାଖରେ ଅଛନ୍ତି ନାତୁଣୀ ମୋର

   ମୁଁ,ମଝିରେ ମୁରୁକି ହସୁଛି

କାହାକୁ ଛାଡ଼ିବି କାହାକୁ ରଖିବି

    ଭାବନା ରାଜ୍ୟରେ ବୁଲୁଛି ।


ନାତୁଣୀ ମୋହର ଭାରି ଗେହ୍ଲେଇ

ଜମାରୁ ମୋତେ ସେ ଛାଡ଼ଇ ନାହିଁ

      ଖାଲି ଅଭିମାନ କରୁଛି

ଯେତେ ବୁଝେଇଲେ ଯେତେ ସୁଝେଇଲେ

       ସିଏ କି ମୋ କଥା ବୁଝୁଛି ।


ଘରଣୀଙ୍କ ମନେ ଆସେ ଛନକା

ମନରେ ଆଣନ୍ତି ବହୁ ଆଶଙ୍କା

    କାଳେ ସଉତୁଣୀ ଆସି ଜିବକି

କଳାକାଠ ମୋର ଘରଣୀ ହେଲେଣି

        ସଉତୁଣୀ କଥା ଭାବିକି ।


ଘରଣୀ ମୋ ପାଖେ ପାଖେ ଅଛନ୍ତି

ମୁରୁକି ମୁରୁକି ଅଳ୍ପ ହସନ୍ତି

 କୋଳରେ ନାତୁଣୀ ଦେଖିକି

ନାତୁଣୀ କୁ ଟାହି ଟାପେର କରି

     ଇଆଡୁ ସିଆଡୁ କୁହନ୍ତି ।


Rate this content
Log in

Similar oriya poem from Comedy