STORYMIRROR

Kulamani Sarangi

Abstract

2  

Kulamani Sarangi

Abstract

ଏକ ବ୍ରହ୍ମ ଅନ୍ୟ ନାହିଁ

ଏକ ବ୍ରହ୍ମ ଅନ୍ୟ ନାହିଁ

1 min
2.8K

ଏକ ବ୍ରହ୍ମ ଅନ୍ୟ ନାହିଁ,

ମାନିଛି ତୁମ୍ଭଙ୍କୁ ଜଗତ ସାଇଁ,

ଜଗନ୍ନାଥ ହେ,

ଏବେ, ବିଶ୍ଵାସ ତ ପାଉନାହିଁ।


କି ହେବ ଶୁଣି କାହାଣୀ ?

ତାରିଥିଲ କେବେ କାହାକୁ ପୁଣି,

ଜଗବନ୍ଧୁ ହେ,

ଘର ବୁଡି ଆଣ୍ଠୁଏ ହେଲାଣି।


ଧର୍ମ ଡଙ୍ଗାର ନାଉରୀ,

ସମୁଦ୍ର ମଝିରେ ଦଦରା ତରି,

ଜଗନ୍ନାଥ ହେ,

ରଖ, ସଂସାର କରୁଛି ହୁରି।


ପରମାଣୁ ହାତେ ଧରି,

ଜଗତ ନଚାଏ ତୁମରି ଅରି,

ଜଗବନ୍ଧୁ ହେ,

କିଛି ନପାରୁଛ ତାର କରି।


ଧର୍ମ ନାମେ ନିଆଁ ଜାଳି,

ଯବନ କଲାଣି ସଂସାରେ ମେଳି,

ଚକ୍ରଧାରୀ ହେ,

ତୁମ୍ଭ ଚକ୍ର ଗଲାକି ହୁଗୁଳି !


ଅନାଚାରୀ ଘୁଣପୋକ,

ଚରିଗଲେ ଧର୍ମ ଶରୀର ଯାକ,

ସନାତନ ହେ !

ରଖ ସନାତନ ଧର୍ମ ଟେକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract