STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଏକ ଅଲସ ମୁହୁର୍ତ୍ତ

ଏକ ଅଲସ ମୁହୁର୍ତ୍ତ

1 min
235


କର୍ମବ୍ୟସ୍ତ ଜୀବନର ଅବିରାମ, ଗତାନୁଗତିକ ଧାରାରେ

ଏକ ଅଭ୍ୟସ୍ତ ଛନ୍ଦ ପତନରେ ବେଳା

ଆତମ ପରୀକ୍ଷାଗାର ଏକ ଅଳସ ମୁହୂର୍ତ୍ତ

ଏ ଯାବତ୍ ଘଟି ଯାଇଥିବା ସମସ୍ତ ଘଟଣା-

ଦୁର୍ଘଟଣାର ମାର୍ମିକ ଆଲୋଚନା

ସତ୍ୟା ସତ୍ୟ ନିର୍ଣ୍ଣୟ ପାଇଁ ଯେତେ

ସବୁ ଅନୁସଂଧ୍ବସ୍ତୁ ପ୍ରକୃତି!

ପୁଣି ଏକ ରହସ୍ୟ ଉଦ୍‌ଘାଟନର ମାହେନ୍ଦ୍ର ମୁହୂର୍ତ୍ତ

ଶାରଦୀୟ ସନ୍ଧ୍ୟାର କୌମୁଦୀ ସୌରଭରେ ମତୁଆଲ

ନବ ଦୁର୍ବାଦଳର ବୈଚିତ୍ରୀମୟ ଶ୍ୟାମଳିମା

ପରାହତ କାମନାର ଅଗ୍ନିବର୍ଷା ରକ୍ତିମା

ତଥା ଆଶା ଓ ଆକାଂକ୍ଷାର ଅପ୍ରତିହତ ଅରୁଣିମା

ଏ ସବୁ ଧୂସର ପ୍ରଭାତର ଅରୁଗୋଦୟ ସିକ୍ତ ସବୁଳିମା,

ଅନନ୍ତ ନୀଳିମାରେ ପରିବ୍ୟାପ୍ତ ସେ

କେବେ ସମ୍ଭାବନାର ସଞ୍ଜିବନୀରେ ହେବ

ଯୁଗ ପରୁଷଙ୍କ ଧରାବତରଣ

କେବେ ଆସିବ ଅକ୍ଟୋପଲବର ସେ ମାହେନ୍ଦ୍ର ମୁହୂର୍ତ୍ତ

ଯାହା ହରି ନେବ ପଥକ୍ରାନ୍ତ ଶ୍ରମିକର

ସମସ୍ତ ଶ୍ରମସିକ୍ତ ବେଦନା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics