STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଏକ ଆମ ମନ ପ୍ରାଣ

ଏକ ଆମ ମନ ପ୍ରାଣ

1 min
122

ହିନ୍ଦୁ ନୁହେଁ ଆମେ ନୁହେଁ ମୁସଲିମି

ନୁହେଁ ଶିଖ୍ ,ଖ୍ରୀଷ୍ଟିୟାନ

ଭାରତ ମାତାର ସନ୍ତାନ ଆମେରେ

ଏକ ଆମ ମନପ୍ରାଣ


ସଭିଙ୍କୁ ଜନନୀ ଦେଇଛି ଆଶ୍ରୟ

ଦେଇଅଛି ସ୍ନେହଶ୍ରଦ୍ଧା

ଉଚ୍ଚ ନୀଚ୍ଚ ଭାବ ଆପଣା କି ପର

ରଖିନାହିଁ ମନେ ଦ୍ଵିଧା


ସୁଶୀତଳ ଜଳ ନାନା ଫୁଲ ଫଳ

ଦେଇଅଛି ଦେହେ ଭରି

ସଭିଙ୍କର ପାଇଁ ଅଜାଡି ଦେଇଛି

ବାନ୍ଧି ମମତାର ଡୋରି


ସ୍ନିଗ୍ଧ ସମୀରଣ ପରଶ ଦେଇଛି

ସଭିଙ୍କର ତନୁ ପାଇଁ

ସଭିଏଁ ସନ୍ତାନ ଅଧିକାର ସମ

ଜାତିଭେଦ ରଖିନାହିଁ


ଗରଭରେ ଦ୍ରବ୍ୟ ସାଇତି ରଖିଛି

ଆମ ସୁଖ ମନେ ଭାଳି

ଶିଖାଉଛି ନିତି ଭ୍ରାତୃଭାଵ ପ୍ରୀତି

କର ନାହିଁ କେବେ କଳି


ମାଟିରେ ଫଳାଇ ସୁନାର ଫସଲ

ଭରିଅଛି ଦେହେ ଶକ୍ତି

ଭିନ୍ନ ରଙ୍ଗ ନୁହେଁ ରକତ ଆମର

ତେବେ କାହିଁ ଭିନ୍ନ ଜାତି


ସ୍ୱାଧୀନ ଭାବରେ ଆପଣା ଖୁସିରେ

ବଞ୍ଚୁଅଛୁ ନିର୍ଭୟରେ

ନିଜ ଇଚ୍ଛା ମତେ ଧରମ ପାଳୁଛୁ

ମାଆ କୋଳେ ଆନନ୍ଦରେ


ଭିନ୍ନ ନୁହେଁ ଆମେ ଭାରତୀୟ ଜାତି

ପରିଚୟ ଆମ ଏକ

ଭାରତ ଆମର ପୂଣ୍ୟ ମାତୃଭୂମି

ସର୍ବେ ସଦା ମନେ ରଖ


Rate this content
Log in

Similar oriya poem from Abstract