STORYMIRROR

Krushnapriya Mohapatra

Classics

3  

Krushnapriya Mohapatra

Classics

ଏଇଠି ସ୍ଵର୍ଗ ଏଇଠି ନର୍କ

ଏଇଠି ସ୍ଵର୍ଗ ଏଇଠି ନର୍କ

1 min
295


ନିଜପାଇଁ ନିଜେ ବଞ୍ଚିବା

ଇଏ କେଉଁ ଜୀବନ ଯେ

ଅହରହ ଉଚ୍ଚକୁ ଆହୁରି ଉଚ୍ଚକୁ

ଉଠିବାର ଯେଉଁ ଅପର୍ଯ୍ୟାପ୍ତ ଇଚ୍ଛା

ଅନ୍ୟର ସାହାରା ରେ ଉଠି ବାର

ଦୁର୍ବାର କାମନା

ସେ କେଉଁ ଜୀବନ


ସେଇ ଇଚ୍ଛାରୁ ସୃଷ୍ଟି ପ୍ରତିଯୋଗିତା

ଅସୁମାରୀ ଅହଂକାର

ପାର୍ଥିବ ନିଶା ,ଜଘନ୍ୟ ବାସନା

ଆତ୍ମ ପ୍ରତିଷ୍ଠା ର ମୋହ

ମୁଁ କାର ର କଦର୍ଥ ଭାବନା


ମୋହ ହିଁ ତ ମୁଁ କାର ର ଜନନୀ

ମୁଁ ରୁ ଅଧଃପତ୍ତନ

ବିନଷ୍ଟ ହେବାର ଅୟମାରମ୍ଭ


ଅଭିମାନ ଭରା ମୁଁ ମଳିନ ଅନ୍ଧାର

ଦୁର୍ଗନ୍ଧଭରା ..ନର୍କ ର ପଥ


ସ୍ୱାଭିମାନ ଭରା ମୁଁ

ଉଜ୍ୱଳ ଆଲୋକ ସ୍ଵର୍ଗ ର ପଥ

ସେ ପଥରେ ପୁଷ୍ପର ଆସ୍ତରଣ


ମୁଁ ଯଦି ସାମର୍ଥ୍ୟରଖେ

ଅନ୍ୟ ପାଇଁ କିଛି କରିବାର

ଅଦମ୍ୟ ଅଭିଳାଷ ତେବେ


ମୁଁ କୁ ପ୍ରତିଯୋଗିତା ନୁହେଁ

ସହଯୋଗିତା ରେ ପରିଵର୍ତ୍ତିତ କରିଦିଅ

ପରିଵର୍ତ୍ତନ କରିଦିଅ ନିଜକୁ

ମୁଁ ର ସ୍ଵଭାବକୁ


ଜଟିଳ କୁ ସରଳ କରିଦିଅ

ସରଳ କରିଦିଅ ନିଜକୁ ଜୀବନକୁ

ବଞ୍ଚିବାର ସ୍ୱାଦ ବଦଳିଯିବ


ତୁମେ କେମିତି ଜୀବନ ଚାହଁ

ସ୍ଵର୍ଗ ନା ନର୍କ ର ଜୀବନ

ସବୁ ଏଇଠି ହିଁ ପ୍ରାପ୍ତି ହୁଏ

ଏଇ ଜନ୍ମରେ ଭୋଗି ଥାଏ

ଏଇଜନ୍ମ ରେ ସ୍ଵର୍ଗ ଏଇ ଜନ୍ମରେ ନର୍କ


ତୁମେ କେମିତି ବଞ୍ଚିବ

ନିଜ ପାଇଁ ନା ଅନ୍ୟ ପାଇଁ

ସେଇଟା ତୁମ ଉପରେ ନିର୍ଭର କରେ

ସ୍ଵର୍ଗ ରେ ନର୍କ ରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics