ଏଇତ ଜୀବନ
ଏଇତ ଜୀବନ


ଭାଗ୍ୟ ତ ଖେଳୁଛି ଲୁଚକାଳି ଖେଳ
ସମୟକୁ କରି ସାଥୀ ,
କର୍ମ କରିଚ଼ାଲ ନିସ୍ବାର୍ଥ ମନରେ
ଦୁ଼ଃଖ ର ଘଟ଼ିବ ଇତି ।। (୧)
ସ୍ଵାର୍ଥପର ଏଇ ଦୁନିଁଆ ଭିତରେ
ମଣିଷ ପଣିଆ ଲୋଡ଼ା ,
ପେଟ଼ର ଭୋକକୁ ଚ଼ିହ୍ନିବା ଲୋକଟି
ମଣିଷ ଭିତରେ ଗଢ଼ା ।। (୨)
ମାଟିର ଶରୀର ମାଟିରେ ମିଶିବ
ମିଛେ କର ଅଭିମାନ ,
ସୁ-କର୍ମ ବଳରେ ବଳିଆନ ହେବ
କୁ-କର୍ମେ ହୋଇବ ଲୀନ ।। (୩)
ଛାଡ଼ି ଇର୍ଷା ଭାବ କାମନା ଲାଳସା
ବଦଳାଇ ନିଜ ମତି ,
ଦେଇ ସ୍ନେହ ଶ୍ରଦ୍ଧା ଢ଼ାଳ ପ୍ରେମ ବର୍ଷା
ନିଶ୍ଚୟ ଲଭିବ ଶାନ୍ତି ।। (୪)
ମାନବ ଜୀବନ ଦୁଃର୍ଲଭ ଜୀବନ
କରନାହିଁ ଅପଚ଼ୟ ,
ଦୁଃଖୀର ଦୁ୍ଃଖରେ ସୁଖ ଭରିଦିଅ
ସଂସାରେ ହୋଇବ ଜୟ ।। (୫)