STORYMIRROR

pravasini Senapati

Inspirational

4  

pravasini Senapati

Inspirational

ଏଇତ ଜୀବନ ପଥ

ଏଇତ ଜୀବନ ପଥ

1 min
334

ସୁଖ ଦୁଃଖ ଆଉ ହସ, କାନ୍ଦ ସବୁ

ଆସେ ଋତୁଚକ୍ର ପରି ।

ସୁଖରେ ହେବାନି ଆନନ୍ଦେ ମଗନ

ଦୁଃଖରେ ଯିବାନି ହାରି


ଦୁଃଖ ନ ସହିଲେ ସୁଖର ମହତ୍ତ୍ୱ 

ହୋଇପାରନ୍ତା କି ବୁଝି?

ଲୋତକ ନଥିଲେ ହସ ଟିକେ କିଏ

କାହିଁକି ଯାଆନ୍ତା ଖୋଜି ??


ବିଷାଦ ନଥିଲେ ଆନନ୍ଦର ମୂଲ୍ୟ

କାହିଁ ବା ବୁଝନ୍ତା କିଏ

ଯେ ସହିଛି ଦୁଃଖ ସେ ଏକା ଜାଣିଛି

ଦୁଃଖରେ ବି ଖୁସି ଥାଏ ।


ଏମିତି ମଣିଷ ନାହିଁ ଦୁନିଆରେ

ସମସ୍ୟା ଯାହାର ନାହିଁ

ଏମିତି ସମସ୍ୟା ଦେଖିଛକି କେବେ

ସମାଧାନ ଯା'ର ନାହିଁ ??


ତୁମେ ବି କରିଛ ଜୀବନେ ସଂଗ୍ରାମ 

ମୁଁ ବି କରିଛି କିଛି

ସାରା ଜୀବନ ଯେ ସୁଖରେ କାଟିଛି

ଦେଖିଛ କି କେହି ଅଛି ???

  

ହସ, କାନ୍ଦ ଆଉ ଲୁହ, ଲହୁଭରା 

ଏଇ ତ ଜୀବନ ପଥ

କେବେ ଫୁଲଝରା ସୁଷମା ରେ ଭରା

କେବେ ପୁଣି କଣ୍ଟକିତ ।


ଜୀବନ ରାସ୍ତାରେ ଉଠାଣି, ଗଡ଼ାଣି

କେତେ ଭିଡ଼ କେତେ ମୋଡ଼

କେବେ ଝଡ଼ ପୁଣି କେବେ ବିଭୀଷିକା

ପଛରୁ ଟାଣିବ ଗୋଡ଼ ।


ତଥାପି ଆମକୁ ଜୀବନ ରାସ୍ତାରେ

ଚାଲିବାକୁ ହେବ ଏକା

ମନକୁ ସୁଦୃଢ଼ କରିବାକୁ ହେବ

ହେବା ନାହିଁ କେବେ ଥକା ।


କାହିଁକି ଡରିବା ସମସ୍ୟାକୁ ଦେଖି

ହାରିଯିବା ଦେଖି ଦୁଃଖ ?

ଧୌର୍ଯ୍ୟ ଓ ସାହାସ ହୃଦୟରେ ଥିଲେ

ନିଶ୍ଚୟ ମିଳିବ ସୁଖ ।

ନିଶ୍ଚୟ ମିଳିବ ସୁଖ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational