STORYMIRROR

pranati Mahapatra

Abstract

2  

pranati Mahapatra

Abstract

ଏଇତ ଆମରି

ଏଇତ ଆମରି

1 min
170

ଏଇତ ଆମରି ଜାତୀୟ ପତାକା

 ଜାତିର ଗୌରବ ବାର୍ତ୍ତା ବହେ,

ହିମାଳୟ ଠାରୁ କୁମାରୀକା ଯାଏ 

ଶାନ୍ତି ମୈତ୍ରୀ ର ଗୀତି ଗାଏ।

ସାହସ ଓ ଶାନ୍ତି ବିଶ୍ୱାସକୁ ବହି

ତ୍ରିରଙ୍ଗା ପତାକା ଉଡୁଅଛି ଏହି,

ଗତି ପ୍ରଗତିର ପ୍ରତୀକ ସ୍ଵରୂପ

ଚକ୍ରଟି ମଝିରେ ଶୋଭାପାଏ।

ହିମାଳୟ ଠାରୁ...

ଏହି ଦେଶେ ଜନ୍ମି ବାପୁ ଓ ସୁଭାଷ

ନେହେରୁ ପଟେଲ ଗୋପବନ୍ଧୁ ଦାସ

ଦେଶର ମହତ ରଖିବା ପାଇଁ ସେ

ନିଜର ଜୀବନ ଦେଇଥିଲେ।

ହିମାଳୟ ଠାରୁ...

ଆସରେ ମୋ ଦେଶ ଭଉଣୀ ଓ ଭାଇ

କରିବା ଶପଥ ପତାକାକୁ ଚାହିଁ,

ଗାନ୍ଧୀଜୀଙ୍କ ସ୍ଵପ୍ନ ରାମରାଜ୍ୟ ଭଳି

ଗଢିବା ଆମେରେ ଦେଶଟିଏ।

ହିମାଳୟ ଠାରୁ...

ଏଇତ ଆମରି...

ହିମାଳୟ ଠାରୁ...

ହିମାଳୟ ଠାରୁ...

ହିମାଳୟ ଠାରୁ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract