STORYMIRROR

Srinibas Mahalik

Inspirational Abstract

2  

Srinibas Mahalik

Inspirational Abstract

ଏଇ ଓଡ଼ିଶାରେ

ଏଇ ଓଡ଼ିଶାରେ

1 min
13.4K


ବେକାରୀଙ୍କୁ ମିଳୁନାହିଁ, ଚାକିରୀଟେ ପକା

ଅବସର ଶିକ୍ଷକଙ୍କୁ, ଦିଆଯାଉ ଠିକା ।।

ବେକାରୀ ସମସ୍ୟା ଶୁଣି, ମୁଣ୍ଡ ଯାଏ ବିନ୍ଧି

ଚାକିରିଆ ସମୟକୁ , କରାଯାଉ ବୃଦ୍ଧି ।।

ଶିକ୍ଷକଙ୍କୁ ଦିଅନାହିଁ, ଫୁଉଲୁ ଦରମା

ରାସ୍ତା ମଧ୍ୟେ କରୁଥାନ୍ତୁ, ପାଟିକରି ଡ୍ରାମା ।।

ନେତା ମନ୍ତ୍ରୀ ଚଢୁଥାନ୍ତୁ, ପାଜେରୋ ବୋଲେରୋ

ଚାଷୀଙ୍କର ପାଖେ ଥାଉ, ଆକାଉଣ୍ଟ ଜିରୋ ।।

ଗରିବୀ ହଟାଅ ଗାଥା, କହୁଥାଅ ଖାଲି

ଏହି ଭଳି ପ୍ରହସନ, କରୁଥାଅ ବୁଲି ।।

ରାଜନୀତି ସ୍ୱାର୍ଥନୀତି, ନାହିଁ ଜନପ୍ରୀତି

ଆପଣା ସ୍ୱାର୍ଥରେ ସବୁ, ଲାଗିଛନ୍ତି ମାତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational