STORYMIRROR

Goutam Mohanty

Abstract

2  

Goutam Mohanty

Abstract

ଏଇ ନିଶାର୍ଦ୍ଧ

ଏଇ ନିଶାର୍ଦ୍ଧ

1 min
209

ଏଇ ନିଶାର୍ଦ୍ଧ ରେ

ମୁଁ ନିଜକୁ ସବୁଥର ହତ୍ୟା କରେ

ତୁମେ ସର୍ବଦା ମୋ ହିତୈଷୀ ବୋଲି

ଭାଙ୍ଗିପଡ ମୋ ଲୁହ ଲହୁ କୋହରେ

ଆବିର୍ଭାବ ହୋଇ ମୋତେ ପୁନର୍ଜନ୍ମ ଦିଅ

ମୋ ଚିର ଆକାଂକ୍ଷିତ ତୁମରି ସାନିଧ୍ୟରେ


ମୁଁ ପୁଣିଥରେ ବଞ୍ଚିଉଠେ ବାଳସୂର୍ଯ୍ୟ ସାଙ୍ଗରେ

ପୁନଃ-ନିଶାର୍ଦ୍ଧର ଅଳ୍ପ ଅଥଚ ଲମ୍ବା ଅପେକ୍ଷା ଭିତରେ

ହତାଶା ଉଚ୍ଛନ୍ନ ଜୀଇଁଯାଏ ଆଉ ଗୋଟିଏ ଦିନ

ନିଜ ହତ୍ୟାକୁ ଆଢୁଆଳ କରି ତୁମ ସାନିଧ୍ୟ ଆଶାରେ                  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract