STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଏଇ ମୋ ପ୍ରିୟ ଜନ୍ମଭୂମି

ଏଇ ମୋ ପ୍ରିୟ ଜନ୍ମଭୂମି

1 min
129

ଏଇ ମୋ ପ୍ରିୟ ଜନ୍ମଭୂମି,

ତା ପରି ନାହିଁ ପୁଣ୍ୟଭୂମି। 

ଧୂଳି ଧୁସରିତ ଛାତିରେ ଯା ଚାଲି

ପାରିଛି ଆକାଶ ମଥାକୁ ଚୁମି

ଏଇ ମୋ ପ୍ରିୟ ଜନ୍ମଭୂମି।


ପବନ ଯା'ର ପ୍ରାଣବାୟୁ ହୋଇ

ଦେହରେ ନୂତନ ଜୀବନୀ ଭରେ,

ସଲିଳ ଯାହାର ଶୋଣିତ ହୋଇ

ଧମନୀରେ ନବ ଶକ୍ତି ସଞ୍ଚାରେ,

ତିଳକ କରି ଯା ମାଟିକୁ ମଥାରେ

ଲେପି ତୃପ୍ତ ହୁଏ ସଦା ପ୍ରଣମି,

ଏଇ ମୋ ପ୍ରିୟ ଜନ୍ମଭୂମି। 


ବିତରି ଦିଏ ଯେ ସନ୍ତାନକୁ ତାର

ପେଟ ଚିହ୍ନି ଖାଦ୍ୟ ନାନା ରକମ,

ସଜେଇ ହୁଏ ଯେ ସବୁଜ ପଣତେ

ପିନ୍ଧି ମାଳା ନାନା ରଙ୍ଗ କୁସୁମ,

ନୀଳ ସାଗର ଯା ଦେହଟାକୁ ଛୁଇଁ

ଘୁଞ୍ଚି ଯାଏ ସତେ ଯାଇ ସରମି,

ଏଇ ମୋ ପ୍ରିୟ ଜନ୍ମଭୂମି। 


ନାଥ ଯାର ସାରା ଜଗତର ନାଥ

ନ ହୋଇ ସୀମିତ ତା ପରିଧିରେ,

ଯୁଗ ଅବତାର ବାଛି ନେଇଛନ୍ତି

ଏ ରାଜ୍ୟକୁ ବରି ନିଜ ଇଚ୍ଛାରେ,

ମାଟିର ମର୍ଯ୍ୟାଦା ରଖିବାକୁ ଯହିଁ

ବାଳକଟେ ନିଏ ମୃତ୍ୟୁକୁ ଚୁମି,

ଏଇ ମୋ ପ୍ରିୟ ଜନ୍ମଭୂମି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract