STORYMIRROR

Sachidananda Kar

Children

3  

Sachidananda Kar

Children

ଏଇ ଏବେ ଆସିଛି ସକାଳ

ଏଇ ଏବେ ଆସିଛି ସକାଳ

1 min
264


           ଏଇ ଏବେ ଆସିଛି ସକାଳ

                ପକ୍ଷୀ ଗୀତ କାଉର କାଆରେ

           ଆଣିଛି ସେ ଲୋହିତ ସୂରୁଯ

                ଶେଯ ଛାଡି ଦେଖିବ ଯାଆରେ ।।


           କଳିକାଏ ପାଖୁଡ଼ା ମେଲାଇ

                ପରିଣତ ହୁଅନ୍ତି ଫୁଲରେ

           ବହୁଅଛି ଶୀତଳ ପବନ

                ଘଣ୍ଟେ ଅଧେ ବାହାରେ ବୁଲରେ ।।


           ଦେଖ ଯାଇ ଦେଉଳେ ଦିଅଁଙ୍କୁ

                 ଫୁଲ କିଛି ସାଥିରେ ନିଅରେ

           ଦୂରେ ଥିବା ମନର ମିତକୁ

                 ସୁମନାସ ବାରତା ଦିଅରେ ।।


           ସୁନାରଙ୍ଗୀ କଅଁଳିଆ ଖରା

                 ମଲ୍ଲୀ, ଗେଣ୍ଡୁ, ଗୋଲାପ ବାସରେ

           ହଜିବାକୁ ଚାହଁ ଯେବେ ଥରେ

                 କାମସାରି ବାହାରେ ଆସରେ ।।


           କେବେ କେବେ କାକର ମୁକୁତା

                 ପଡିଥାଏ ଘାସରେ ପତରେ

           ଦେଖ ଆସି ସବୁଜ ଧରାକୁ

                 ଦିଶେ କେଡେ ସୁନ୍ଦରୀ ସତରେ ।।


           ଚଷିବାକୁ ଥାଏ ଯେବେ ଚଷା

                 ହଳ ଯୋଚି ବିଲକୁ ବାହାରେ

           ହେଉ ଶୀତ, ଖରା କି ବରଷା

                 କେଡେ ସୁଖୀ ଦିଶେ ସେ ଆହାରେ ।।


           ସକାଳଟା ଆସଇ ଏମିତି

                ସବୁଦିନେ ରାତିର ଶେଷରେ

          ଏକାପରି କେବେ ନୁହେଁ ସେ'ତ

                ଆସେ ନିତି ଅଲଗା ବେଶରେ ।।


           ଆଜିଟିଏ ଆଣି ସେ ଆସିଛି

                 ଉଠ ତାକୁ ଦେଖିବା ଯାଇରେ

           ଲାଗିଯିବା ଆଜିର କାମରେ

                 କାଲି ଫାଲି କିଛି ତ ନାହିଁରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children