STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଏହି ମୋ ପରିଚୟ

ଏହି ମୋ ପରିଚୟ

1 min
168

ଅନେକ ଫାଙ୍କ କେତେ ଯେ ବାଙ୍କ

 ତଥାପି ଆମେ ଏକ

 ଭିନ୍ନତା ମଧ୍ୟରେ ଏକତା ଯହିଁ 

 ସେହି ମୋର ମୁଲକ।


ବିଭିନ୍ନ ଜାତିର ଫୁଲ ଫୁଟି

ସୁନ୍ଦର ଉପବନ

ଏକତା ରଜ୍ଜୁରେ ବନ୍ଧା ଯେଉଁଠି

ସବୁରି ମନ ପ୍ରାଣ।


ନୀଳ ଆକାଶ ସବୁଜ ଧରା

ହିମାଳୟ ଜଗୁଆଳି

ଗଙ୍ଗା ଯେଉଁ ଦେଶରେ ବହଇ

ସେ ଦେଶ ମୋହରି।


ସବୁ ଧର୍ମ ସମାନ ସମ୍ମାନ 

ପାଅଇ ଯେଉଁଠାରେ

ଧନ୍ୟ ମୁହିଁ ଜନମ ଲଭିଅଛି 

ସେ ମହାନ ଦେଶରେ।


ନୀଳ ସାଗର ଯେଉଁଠି ମାଆ

ମାଟିର ପାଦ ଧୁଏ

ମୈତ୍ରୀ ଶାନ୍ତି ପ୍ରୀତି ଅହିଂସାର

ବାର୍ତ୍ତ ବିଶ୍ୱ କାନେ ଦିଏ।


ଶ୍ୟାମଳ ତରୁ ନିଘଞ୍ଚ ବଣ

ଝରଣା ଗାଏ ଗୀତ

ପଥର ଯେଉଁଠି କଥା କୁହଇ

ଶତ୍ରୁ ଯାହାର ମିତ।


ମାଆର ପାଇଁ ଯାହାର ପୁଅ

ହସି ପରାଣ ଦିଏ

ମଇଁଷି ଶିଙ୍ଘ ଫଟା ହେଲେ ହେଁ

ଯୁଝିଲେ ଗୋଟା ହୁଏ।


ସେଇ ଦେଶ ମୋ ଭାରତ ବର୍ଷ

ବିଶ୍ବେ ଅଦ୍ଵିତୀୟ

ଅତୁଲ୍ୟ ମହାନ ଦେଶଟି ମୋର

ମୁଁ ଜଣେ ଭାରତୀୟ

ଏହି ମୋ ପରିଚୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational