STORYMIRROR

Alhadini Panigrahi dash

Inspirational

3  

Alhadini Panigrahi dash

Inspirational

ଏହି ଆମ ପରିଚୟ

ଏହି ଆମ ପରିଚୟ

1 min
179

ହିନ୍ଦୁ ପରିବାରେ ଜନ୍ମ ଲଭିଛି

ମୁସଲମାନ ମୋର ସାଙ୍ଗ

ଶିଖ୍ ,ଖ୍ରୀଷ୍ଟିଆନ ଭାଇ,ବନ୍ଧୁ ମୋର

ସଭିଙ୍କୁ ଦିଏଁ ସମ୍ମାନ ।। ୧ାା

ହେଉ ପଛେ ଭିନ୍ନ ଆମ ଭାଷା, ଧର୍ମ

ଆମ ମନ ଭିନ୍ନ ନୁହେଁ

ଶିଖ୍, ଇସାଇ,ହିନ୍ଦୁ, ମୁସଲମାନ

କେହି ତ ଅଲଗା ନୁହେଁ ।।୨ାା

ସଭିଙ୍କ ଦେହରେ ଶିରା, ପ୍ରଶିରା ରେ

ବହୁଛି ତ ଲାଲ୍ ରକ୍ତ ..

ଭାରତର ମାଟି, ପାଣି, ପବନରେ

ଆମର ଏ ଦେହ ଶକ୍ତ ।। ୩ାା

ଗୋଟିଏ ମା'ର ସନ୍ତାନ ଆମେରେ

ସମସ୍ତେ ତ ଭାଇ,ଭାଇ

ମିଳିମିଶି ସର୍ବେ ଚଳିବା ଆମେ ରେ

କନ୍ଦଳ କାହିଁ ପାଇଁ ? ।। ୪ାା

ଜାତି ତ ଆମର ଭିନ୍ନ, ଭିନ୍ନ ନୁହେଁ

ଜାତି ଆମ ଭାରତୀୟ

ମାନବିକତା ଧର୍ମ ଆମର

ଏହି ଆମ ପରିଚୟ ।। ୬ାା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational