ଏହା ହିଁ ହେବ
ଏହା ହିଁ ହେବ
ତୁମେମାନେ ସବୁ ଯାଦୁକର ଦଳ
ମିଠା ମିଠା କଥା କହି
ତୁମରି ଦୁଆରେ ବେଠି ଖଟାଉଛ
ସବୁ ଯାଉଅଛୁ ସହି I
କେତିଦିନ ଆମେ ସହୁଥିବୁ ସବୁ
ପେଟେ ଦେଇ ଓଦାକନା
ଭୋକିଲା ପେଟକୁ ଲାତ ମାରୁଅଛ
ଟପିଯାଇ ସବୁ ସୀମା I
ସବୁଦିନ ତୁମେ ବାବୁ ହେଉଥିବ
ମ୍ଳେଛ ଆମେ ଚିରଦିନ
ଆମେ କ'ଣ ଖାଲି ପାପ କରିଅଛୁ
ତୁମେ କରିଅଛ ପୂଣ୍ୟ I
ମୋ ପ୍ରଶ୍ନ ଜବାବ ଦିଅ
କାହିଁକି ଆମକୁ ଦାନା ମିଳେନାହିଁ
ତୁମେ ମାଛ ମାଂସ ଖାଅ
କେବେ ନୁହେଁ ଏହା ଭାଗ୍ୟ
ଦେଖ କେଉଁପରି ଅଳପ ଦିନରେ
ଆମ ଲୁହ ସବୁ ରକତ ପାଲଟି
ତୁମ ଦେହୁ ବୋହିଯିବ I
