STORYMIRROR

Bijay Prusty

Fantasy

4  

Bijay Prusty

Fantasy

ଏହା ହିଁ ହେବ

ଏହା ହିଁ ହେବ

1 min
530


ତୁମେମାନେ ସବୁ ଯାଦୁକର ଦଳ

ମିଠା ମିଠା କଥା କହି

ତୁମରି ଦୁଆରେ ବେଠି ଖଟାଉଛ

ସବୁ ଯାଉଅଛୁ ସହି I


କେତିଦିନ ଆମେ ସହୁଥିବୁ ସବୁ

ପେଟେ ଦେଇ ଓଦାକନା

ଭୋକିଲା ପେଟକୁ ଲାତ ମାରୁଅଛ

ଟପିଯାଇ ସବୁ ସୀମା I


ସବୁଦିନ ତୁମେ ବାବୁ ହେଉଥିବ

ମ୍ଳେଛ ଆମେ ଚିରଦିନ

ଆମେ କ'ଣ ଖାଲି ପାପ କରିଅଛୁ

ତୁମେ କରିଅଛ ପୂଣ୍ୟ I


ମୋ ପ୍ରଶ୍ନ ଜବାବ ଦିଅ

କାହିଁକି ଆମକୁ ଦାନା ମିଳେନାହିଁ

ତୁମେ ମାଛ ମାଂସ ଖାଅ

କେବେ ନୁହେଁ ଏହା ଭାଗ୍ୟ

ଦେଖ କେଉଁପରି ଅଳପ ଦିନରେ

ଆମ ଲୁହ ସବୁ ରକତ ପାଲଟି

ତୁମ ଦେହୁ ବୋହିଯିବ I

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy