Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଏବେ ସ୍ୱାଧୀନତାର ବନ୍ଦନା

ଏବେ ସ୍ୱାଧୀନତାର ବନ୍ଦନା

1 min
242


ସ୍ୱାଧୀନତା ଆଜି

ପୁଞ୍ଜି ପତି ହାତେ

ଚଳାଏ ଗୋଲାମ ଗିରି


ପ୍ରଜା ପାଇଁ ତୋତେ

 ପୁଜି ପ୍ରଜାପତି

ଲୁଟି କରେ ପ୍ରଜା ଶିରୀ  1


ଏଠି ସତ୍ୟ କରଇ

ହିଂସା ଚରଣ

ଚେତନା ନାହଁ କାହାରି


ଭୋଗ ଲାଳସାର

ଲେଲୀହାନ ଜିହ୍ୱା

ନୁହେଁ ଆନନ୍ଦ ଲହରୀ   2


ଉନ୍ନତି ନୁହେଁରେ

ରଣର ଧନ୍ଦୋଳ

ଭାଇ ଭାଇ ପରସ୍ପର


ଧର୍ମ ଧର୍ମ ନାମେ

ଚାଲିଛି ଭାରତେ

କି ଚିହ୍ନ ସ୍ୱାଧୀନତାର?   3


ବୀରର ଭୋଗ୍ୟ

ନୁହେଁ ଏହି ଧରା

ଦୁର୍ବଳର ସଦା ରକ୍ଷ


ପ୍ରେମରେ ଅଧିନ

ମାନବର ମନ

ନୁହେଁରେ ଅସ୍ତ୍ର ଭକ୍ଷ.......4


ମଣିଷ କୁ ଦିଅ

ଦେବତା ଆସନ

ନୁହଁଇରେ ପଶୁ ବଣ୍ୟ


ଭାଷଣବାଜିରେ

ମତୁଆଲା କର

ଧିକ ଆଜିର ଶାସନ   5


ତାଳି ଥାଳିରେ

ସ୍ୱାଧୀନତା ନାହିଁ

ସ୍ୱାଧୀନତା ଏଠି କାଳିରେ


ମୁହଁ ରେ ଖାଲି

ଗର୍ଜନ ତର୍ଜନ

କର୍ମ କର କିଛି ଭାଳିରେ.......6


ହତ୍ୟାର ଯେତେ

ହତିଆର ଆଜି

ପକାଅ ଅବନୀ ପୃଷ୍ଠେ


ପ୍ରଜାଙ୍କ ଶବରେ

କବର ଗଢ଼ିରେ

କିଏ ସ୍ୱାଧୀନତା ବାଣ୍ଟେ..........7


ସ୍ୱାଧୀନ ପତାକା

ଦିଅଇରେ କହି

ହିଂସା ଦାନଵକୁ ନାଶ


ଛାତି ହୀନ ଯିଏ ଛାତି

ଦେଖାଇଲେ

ସବୁ ହେବ ସର୍ବନାଶ   8



Rate this content
Log in

Similar oriya poem from Inspirational