STORYMIRROR

pranati Mahapatra

Abstract

2  

pranati Mahapatra

Abstract

ଏବେ କାଳେ ଡେ ଋତୁ

ଏବେ କାଳେ ଡେ ଋତୁ

1 min
157

ଏବେ କାଳେ ସବୁଠାରେ ଡେ ଋତୁ ଚାଲିଛି,

ଅମୁକ ଡେ ସମୁକ ଡେ ଧୁମଧାମ ପାଳନ ହେଉଛି,

ନଖିନାନୀ ଝିଅ ସୁଇଟି ଭାଇକୁ ଡାକି କହୁଛି,

ରୋଜ ଡେ ଭାଇ ଆଜି ତୋର ମନେ କିବା ନାହିଁ କି

ରୋଜ ଡେ ଚକୋଲେଟ୍ ଡେ ଶୁଣି କାନ ବଧିରା ହେଲାଣି,

ଡେ ପାଳି ପାଳି ସବୁ ଟଙ୍କା ଥଳି ଫାଙ୍କା ହେଲାଣି।(ନଖିନାନୀର )

ନିତି ଦେଖେ ନଖିନାନୀ ପୁଅ ଝିଅ ତା'ର

ଗେହ୍ଲେଇ ଫୁଲେଇ ଫୁସୁଲେଇ ଘରୁ ହୁଅନ୍ତି ବାହାର

ନଖିନାନୀ ମନ କୁତୁକୁତୁ ହୁଏ କାରଣ ଜାଣିବା ପାଇଁ,

 ପଚାରେ ଏସବୁ କଣ କହ ସିଏ ଝିଅକୁ ଗେହ୍ଲେଇ

ପୁଅଝିଅ ଙ୍କର ମିଳାମିଶା ପାଇଁ ଏ କାଳେ ଅବ୍ୟର୍ଥ ଔଷଧ

ମନ ମିଶିଗଲେ ଡରଭୟ ନାହିଁ ସବୁ ଚାଲେ ତ ଅବାଧ

ନଖିନାନୀ ଆଜି ଡେ ପାଳିବ ଚାଲିଲା ଗୋଲାପ ଧରି

ନିଧିଆ ନନାକୁ ଗୋଲାପ ଦେଇ ଭଲ ପାଏ କହେ ହାତ ଧରି

ସେପଟରେ ଥିଲା ନିଧିଆ ସ୍ତ୍ରୀ ବାଇଡଙ୍କ ଖଣ୍ଡେ ଧରି

ଏ ବୟସରେ ଗୋଲାପ ଦେଇ ମୋ ମିଣିପ କରିବୁ ଚୋରି

କୁଣ୍ଡେଇ କୁଣ୍ଡେଇ ଅସ୍ତବ୍ୟସ୍ତ ହୋଇ ନଖିନାନୀ ସିନା ଅଇଲା,

ରାଗ ସୁଝେଇବା ପାଇଁ ବସି ସିଏ ଗୋଟିଏ ସୂତ୍ର ଖୋଜିଲା,

ସକାଳ ହୋଇଲା ପୁଅଝିଅ ଟଙ୍କା ପାଇଁ କରିଲେ ଯେ ଅଳି,

ହାତେ ଧରି ଗୋଟିଏ ବାଉଁଶ କଣିକୁ ଚାଲିଲା ପ୍ରହାର କରି

ଏଠି କଳାକନା ମୋର ଘରେ ବୁଲେଇଲଣି ଡେ କୁ ପାଳି,

ଆଜି ଏ ମାଡୁଆ ଡେ ରେ ଟଙ୍କା ଜମା ନାହିଁ ନିଶା ତୁମ ଦେବି ଟାଳି

ସେହିଦିନ ଠାରୁ ନଖିନାନୀ ଘରେ ଚୁପଚାପ ପୁଅଝିଅ 

ବାପାମାଆ ପୁଅ ଝିଅ ରହିଥାନ୍ତି ଡେ ଫେ ପାଶୋରିଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract