STORYMIRROR

pranati Mahapatra

Tragedy Inspirational

3  

pranati Mahapatra

Tragedy Inspirational

ଏ ସଂସାରେ

ଏ ସଂସାରେ

1 min
229


ଏଠି ନିଶ୍ଵାସ ରେ ମିଳେ କେତେ ନିର୍ଯାତନା

ବିଶ୍ଵାସେ ଭରସା ନାହିଁ,

କହିଦେବା କଥା ବୋହିଯିବା ପାଣି

ଆଉ କେବେ ଫେରେ ନାହିଁ।


ଜଗତେ ଲାଗିଛି ସଦା କଳିଗୋଳ

ଗଲାବେଳେ କିସ ନେବା,

ସ୍ଵଅର୍ଜିତ ଶୁଭ କର୍ମଫଳ ଧରି 

ଏ ସଂସାରୁ ବାହୁଡିବା।


ଦୁର୍ଲ୍ଲଭ ଜନମ ସୃଷ୍ଟି କର୍ତ୍ତା ଦେଲେ

ତା ପାଇଁ କା ଚିନ୍ତା ନାହିଁ,

ସତ୍ୟ ଧର୍ମ ପଥ ହୁଡିଗଲେ ବାବୁ

ନର୍କ ଭୋଗ କରିବଇଁ।


ମୋର ମୋର କହି ଅହଂରେ ବୁଡିଲେ

କି ଲାଭ କହ ପାଇବୁ,

ରାଗ ହିଂସା ଦ୍ଵେଷ ମିଛ କୁହୁଡିରେ

କାହିଁକି ତୁ ପହଁରିବୁ।


ସତକର୍ମେ ସତପଥରେ ତୁ ଯାଇ

କାଳିଆ ଶରଣ ଗଲେ,

ଦୀନଜନ ବନ୍ଧୁ ସେ ଜଗଦୀଶ୍ବର

ବାନ୍ଧିନେବେ ଭକ୍ତି ଜାଲେ।


ସଭିଙ୍କର ସୁଖେଦୁଃଖେ ସମଭାଗୀ

ରହିବା ହୋଇ ମଇତ୍ର,

ତୁଣ୍ଡେ ଥାଉ ହରି ହରି ହରି ହରି

ରାମନାମ ମହାମନ୍ତ୍ର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy