STORYMIRROR

Banalaxmi Mohanty

Comedy Romance

3  

Banalaxmi Mohanty

Comedy Romance

ଏ ସେଲି

ଏ ସେଲି

1 min
231


ଏ ସେଲି ! ଏ ସେଲି !

ତୁମେ ଭାରି ଚୁଲୁ ବୁଲି

 ହସୁଥାଅ ସଦା ଖିଲି ଖିଲି 

ବେଳେ ଵେଳେ କିଆଁ

  ରାଗି ମୁହଁ କର ନାଲି ?(୨)


ମାରୁଛ ଭାରି ଷ୍ଟାଇଲି

ଓଠକୁ କରିଛ ନାଲି

ହାତେ ତୁମ ମୋବାଇଲି

ପାଦେ ପିନ୍ଧିଅଛ ହାଇହିଲି  

ତୁମେ କୁଆଡେ ଯାଉଛ ଚାଲି ?(୨)


ଯେଉଁ ଦିନ ତୁମକୁ ଦେଖିଲି

ନିଜକୁ ପୁରା ମୁଁ ଭୁଲି ଗଲି

ପାଠଶାଠ ସବୁ ପାଶୋରିଲି 

ତୁମ ପଛରେ ଦିବାନା ହେଲି

ଥରେ ଚାହଁ ଟିକେ ମୋତେ ବୁଲି। ୨)


ମନଟା ତୁମକୁ ଦେଇଦେଲି

ତୁମ ପାଇଁ ମୁଁ ଚାହିଁ ଵସିଲି

ଦୁନିଆକୁ ମାରିଲି ଗୋଲି

ତୁମେ ମୋର ହେବ ବୋଲି

ହେଲେ ତୁମେ କାହା ସାଥେ ଗଲଚାଲି ? (୨)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy