Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nayak Akshaya raazhasti

Comedy

3  

Nayak Akshaya raazhasti

Comedy

ଏ ପୀରତି ପଥ ଭାରି ଖସଡ଼ା

ଏ ପୀରତି ପଥ ଭାରି ଖସଡ଼ା

1 min
209


ଏ ପୀରତି ପଥ ଭାରି ଖସଡ଼ା

ଖସଡ଼ା ହେଲେ ଖସିବାକୁ ଇଛା

ନ ମାନି ବନ୍ଧ ହୁଡା

ଖସଡେ ପ୍ରୀତି ବାପୁଡ଼ା

କର୍ମ ତାଙ୍କ ଧର୍ମ ଛଡ଼ା ।


ଫହଲି ଦେଖାରେ ମନ କୁତୁକୁତୁ

ହସି ଦେଇ ଓଠେ ନେଫଡ଼l

ବାସନା ତେଲ ନ ମିଳିଲେ କେବେ

ମୁଣ୍ଡେ ମାରେ ତେଲ ଜଡ଼ା

ଭାଷା ବି ଇଂଲିଶ ଥୋଡl ।


ଗୋଲାପ ନ ଥିଲେ ଗେଣ୍ଡୁ ଫୁଲେ ଦ୍ୟନ୍ତି

ଘରେ ଖାଏ ପଚାସଢ଼ା,

ପାର୍କ ରେ ବସି ମଜା କରୁଥିବେ

ଘରେ କିନ୍ତୁ ନ ଥାଏ ପିଢ଼ା

 ଘରେ ଗଦା ଗଦା ବରଡା ।


ଘର ବୁନିଆଦି ପାଇସାଏ ନାହିଁ

ବାପ ବିକେ ନିତି ହଡା,

ଚିକ୍କଣ ଚାକଣ ଡଉଲ ଡାଉଲ

ବାହାର କୁ ନିତି ଆଡ୍ଡା

ଶେଷରେ ଘରୁ ଖାଇଥାନ୍ତି ତଡ଼ା ।



Rate this content
Log in

Similar oriya poem from Comedy