ଏ ମାଟି ମହାନ
ଏ ମାଟି ମହାନ
ଏ ମାଟି ଗଢ଼ିବା ପାଇଁ
ଏ ମାଟି ରଖିବା ପାଇଁ
ଜନମିଥିଲେ କେତେ ଦେବ-ଋଷି
ପ୍ରମାଣ ଦିଏ ପୁରାଣ
ଏ ମାଟି ମହାନ
ମୋ' ମାଟି ମହାନ
ଏ ମାଟି ଆମରି ମାଆ
ଏ ମାଟି ଆମରି ସାହା
ଏଇ ମାଟି ପାଇଁ ଚାଲିଛି ସଂସାର
ବଂଚିଛି ଏଠି ଜୀବନ
ଏ ମାଟି
ଏ ମାଟି ସହିଛି ଦୁଃଖ
ଏ ମାଟି ପିଇଛି ରକ୍ତ
ଏ ମାଟି ପାଇଁ କେତେ ବଳିଦାନ
ଦେଇଛି ବୀରସନ୍ତାନ
ଏ ମାଟି
ଏ ମାଟି ଧରିଛି ଧର୍ମ
ଏ ମାଟି ରଖିଛି କର୍ମ
ଏ ମାଟି ପାଇଁ ଢ଼ାଳିଦେ ଜୀବନ
କରି ତା'ର ଜୟଗାନ
ଏ ମାଟି
