STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଏ କି କୁହୁକ !

ଏ କି କୁହୁକ !

1 min
29

ଏ କି କୁହୁକ

ମାୟାର ଚଡକ

ସମୟର କେଉଁ ବିଡମ୍ବନା,

କ୍ଷଣକେ ଓଲଟେ

ଜୀଵନ ପଲଟେ

ଉଡ଼ିଯାଏ ସୁଖ ସାମିଆନା।।


ଆଖି ପିଛୁଳାକେ

ହୃଦୟ ତରକେ

ଭୟାତୁର ହୁଏ ସମ୍ଭାବନା

ଅନ୍ଧାରୀ ଗର୍ଭରେ

ବିଲୁପ୍ତ ସ୍ମୃତିରେ

ଭାସି ଆସେ ଏକ ଉନ୍ମାଦନା।


ହେଲାଣି ଅଭ୍ୟସ୍ତ

ସ୍ଥିତି ବ୍ୟତିବ୍ୟସ୍ତ

କୁହୁକେ କୁହୁଳେ ଏ ଆଇନା

ବ୍ୟକ୍ତିତ୍ୱ ବଦଳେ

ଚକିତ ନଜରେ

ଘଟିଯାଏ କେତେ ଦୁର୍ଘଟଣା। 

©ଚିନ୍ମୟ କୁମାର ନାୟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract