STORYMIRROR

DR SAMIR RANJAN BEHERA

Comedy Inspirational

4  

DR SAMIR RANJAN BEHERA

Comedy Inspirational

ଏ କି କରୋନା ନିୟମ

ଏ କି କରୋନା ନିୟମ

2 mins
219


ପୁଣି ଫେରିଲା ଲକ ଡାଉନ

ରାସ୍ତା ଘାଟ ହେଲା ଶୁନ୍ ସାନ

ବନ୍ଦ ହେଲା ବଜାର ଦୋକାନ

ଆଜ୍ଞା ହଁ

ଦ୍ଵିତୀୟ ଭାଗ ଆସିଗଲାଣି କରୋନା ର

ଘରେ ରହିବା ଏବେ ଅଭ୍ୟାସ କର ll


ସରକାର ଆଜ୍ଞା ପୁରା ମାତିଛନ୍ତି

ନିୟମ ଉପରେ ନିୟମ ଛାପି ଚାଲିଛନ୍ତି 

ପିଲାଙ୍କ ପରୀକ୍ଷା ପୋଷ୍ଟପନ କରୁଛନ୍ତି

ଅଫଲାଇନ କ୍ଲାସ ବନ୍ଦ କରୁଛନ୍ତି

ହେଲେ ଇଲେକ୍ସନ ରାଲି ତା ବାଟରେ ଚାଲୁଛି

ଏ କରୋନା ଟା କୁଆଡେ ରାଲି କୁ ଡ଼ରୁଛି ll


ନାଇଟି କରଫ୍ୟୁ ଲାଗିଛି

ଦିନରେ ଯେମିତି କାମ ହେବା କଥା ହଉଛି

ମଦୁଆ ସବୁ ଘର ବାହାରୁ ତାଲା ପକେଇ ମାତୁଛି

ସରକାର ଙ୍କ ଏ କି ନିୟମ ଭାଇ କୁହତ

ଏ କରୋନା ଟା ଭାଇରସ କି ଭୁତ ପ୍ରେତ

ରାତିରେ ବାହାରେ ଦିନରେ ଅଦୃଶ୍ୟ  ll


ସରକାର ଙ୍କ ନିୟମ ଭାଇ

ଘରୋଇ ଅବା ସରକାରୀ

ପଚାଶ ପ୍ରତିଶତ କର୍ମଚାରୀ

ସବୁ ଠିକ ଯେ

ହେଲେ ଥାନା କି ଖାନା କେମିତି ଚାଲିବ

ତାଙ୍କ ପାଇଁ ଏ ନିୟମ ଲାଗୁ ହବ କି ନ ହେବ,

ଏପଟେ କୋଭିଡ ଡିଉଟି ସରିଲାପରେ

ଡାକ୍ତର ଷ୍ଟାଫ ଙ୍କ ର କ୍ୱାରାଣ୍ଟାଇନ ବନ୍ଦ ହେବ

ହେଲେ ପଚାଶ ପ୍ରତିଶତ ରେ ଅଫିସ ଚାଲିବ

ହେ ସରକାର ଆପଣ ଙ୍କ ନିୟମ ମାନିବାକୁ ପଡିବ ll


ବସ ରେ କେହି ଠିଆ ହେଇ ନ ପାରିବେ

ହେଲେ ଗୋଟେ ସିଟ ରେ ଦୁଇ ଜଣ ବସିପାରିବେ

ଆରେ ପେଟ୍ରୋଲ ରେଟ ଏତେ ଅଛି ଭାଇନା

କଣ୍ଡକ୍ଟର ପୁଣି ତା ପଇସା ଉଠେଇବ ନା

ସରକାର ଙ୍କ ଏ ନିୟମ ରେ କି ସାଲିସ

ଆଗରେ କୁଟୁଣୁ ପଛରେ ମାଲିସ ll


ଯାତ୍ରା ରେ ଭାଇ ହଜାରେ

କୋଡିଏ ଶୁଦ୍ଧି କ୍ରିୟାରେ

ଆଉ ପଚାଶ ବାହାଘରରେ

ରାଲି ପାଇଁ କିଛି ବାରଣ ନାହିଁରେ

ଏ କରୋନା ଟିକେ ପ୍ରେମୀ ଅଣୁଜୀବ 

ଯାତ୍ରା ରେ ବସି ଆରାମ ରେ ଯାତ୍ରା ଦେଖିବ

କାହାକୁ ଇନଫେକ୍ଟ ନ କରିବ

ହେଲେ ଶୁଦ୍ଧି ବାହାଘରରେ ଉତକ୍ଷିପ୍ତ ହେଇ

ଗୋଡେଇ ଗୋଡେଇ ମାରିବ

ରାଲି ଦେଖିଲେ ଛାନିଆ ହେଇ ଭାଗିବ

ବାଃ ଆମ ସରକାର ଙ୍କ କି ବୁଦ୍ଧି

କରୋନା ବୋଧେ ତାଙ୍କ ସମୁଦୀ  ll


ଏ ହେଲା ଆମ ସରକାରୀ ନିୟମ 

ସଭେଁ ଦେଖୁଛନ୍ତି 

ସଭେଁ ବୁଝୁଛନ୍ତି

ହେଲେ କେହି ପାଟି ଖୋଲୁନାହାନ୍ତି

ସରକାର ଅର୍ଥନୀତି ପଛରେ ଗୋଡାଉଛନ୍ତି

ହସସ୍ପିଟାଲ ରେ ଜାଗା ନାହିଁ

ଦରକାର ମୁତାବକ ମେଡ଼ିସିନ ନାହିଁ

ହସ୍ପିଟାଲ ରେ ବେଡ଼ ନାହିଁ

ପୋକ ମାଛି ପରି ଲୋକ ମରୁଛନ୍ତି

ହେଲେ ଆମ ପ୍ରିୟ ସରକାର

ନିୟମ ଉପରେ ନିୟମ କରିଚାଲୁଛନ୍ତି ll


ବାବୁ ରେ ଏ ସରକାର ନୁହଁ କାହାର

ନିଜ କୁ ନିଜେ ସତର୍କ କର

ଭିଡ଼ ଜାଗାକୁ ଅଭଏଡ଼ କର 

ମାସ୍କ ସାନିଟାଇଜ ଆଉ ଦୁରତା କୁ ନିଜର କର

ଆଉ ମନରେ ଗୁଣି ହୁଅ ଓଁ କାର ଓଁ କାର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy