Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rina Parida

Fantasy Thriller

4  

Rina Parida

Fantasy Thriller

ଏ କେଉଁ ଭାବନା ମୋର

ଏ କେଉଁ ଭାବନା ମୋର

1 min
242


ଏ କେଉଁ ଭାବନା ଆଜି ଆସିଯାଏ

ମନ ହୁଏ କାହିଁ ଆନମନା

କେଉଁ ଭାବନାରେ ମନ ହଜିଯାଏ

ନିଜେ ମୁଁ ଜାଣି ପାରେନା ।


ପ୍ରୀତି ପ୍ରଣୟର ମଧୁର ଲଗନ

ନା କେଉଁ ଅବାସ୍ତବ ସପନ

କେଉଁ ସଙ୍ଗୀତର କେଉଁ ବଂଶୀତାନ

ନା କେଉଁ ପ୍ରେମର ଝଙ୍କାର ।


ଏ କେଉଁ ଭାବନାରେ ମନ ହଜିଯାଏ

ଚାହାଣୀରେ କାହିଁ ଭରେ ପୁଲକତା

ମୋ ହୃଦ ସ୍ପନ୍ଦନରେ ଭରିଯାଏ କାହିଁ

ପ୍ରୀତି ପ୍ରଣୟର ମାଦକତା  |


ନିରସ ସଙ୍ଗୀତ ଏ କେଉଁ ସୁରର

ନା କେଉଁ ସଙ୍ଗୀତ ମୂର୍ଚ୍ଛନା

ପ୍ରେମର ସେ ଅଢେଇ ଅକ୍ଷର

ନା କେଉଁ କବିର କଳ୍ପନା ।


ଜାଣିପାରେ ନାହିଁ ଭାବନାକୁ ମୋର

ଅଥୟ ଆଜି ମୋ ମନ

କାହିଁ ମନ ଆଜି ଖୋଜେ କାହାକୁ

ବୁଝି ବା ପାରୁନି କାହୁଁ ।


ବୁଝେଇ ଦିଅ ମୋ ମନ ମଣିଷ

ଏ କେଉଁ ଭାବନା ମୋର

ଏ କେଉଁ ସପନ କେଉଁ କଳ୍ପନା

ଆନମନା କରେ ମତେ ପ୍ରତିଟି ଥର  !


Rate this content
Log in

Similar oriya poem from Fantasy