ଏ ଜୀବନ
ଏ ଜୀବନ
ସିନ୍ଧୁ ସମାନ ନହେଲେ ନାହିଁ
ବିନ୍ଦୁଟିଏ ସାଜିବା ଆସ ।
କି ଲାଭ ଥାଇ ସେ ବିଶାଳ ସାଗର
ମେଣ୍ଟାଇ ପାରେନି ଶୋଷ ।
ନିଜ ପାଇଁ କେତେ ଦିନ ଯେ ବଞ୍ଚିବା
ଫୁଟାଇବା ସବୁରି ମୁହଁରେ ହସ ।
ଦୁର୍ଲଭ ମଣିଷ ଜୀବନ ବୃଥା ନଯାଉ
ଅହଙ୍କାରର ମୁଖା ଖୋଲି ଦେଇ
କରିବା ଥରେ ପ୍ରୟାସ ।।
ଖାଲି ହାତେ ଆସିଥିଲେ ଏ ସଂସାରେ
ଭରି ଟିକେ ଅମୃତ ର ପ୍ରଶ୍ୱାସ ।
ରଙ୍ଗ ଭୂମିକୁ ରଣ କ୍ଷେତ୍ର କରି
କଣ ବା କରୁଛେ ତଲାସ ?
ସଫା କରିବା ଅଳନ୍ଧୁ ମନରୁ
ଭରିବା ଜଗତେ ବାସ ।