STORYMIRROR

Tapaswini DashSarangi

Abstract

2  

Tapaswini DashSarangi

Abstract

ଏ ଜୀବନ!ଟିକେ ରହି ଯା'

ଏ ଜୀବନ!ଟିକେ ରହି ଯା'

1 min
127

ଏ ଜୀବନ! ଟିକେ ରହି ଯା'

ଜିଇ ଯିବି ଆଉ କିଛି ମୁହୁର୍ତ୍ତ

ମୋର ଆପଣା ଲୋକଙ୍କ ସହ

ସାଉଁଟିବି ଆଉ କିଛି ସ୍ମୃତି

ଆଉ ସେଇ ସ୍ମୃତିକୁ ସଜାଇ ଦେଇ ଯିବି

ସେମାନଙ୍କ ହୃଦୟ କାନଭାସ୍ ରେ

ଆଉ ମୁଁ ଗଲା ପରେ ବି

ସତେଜ ଥିବି ସଜ ଫୁଟା ଫୁଲ ପରି

ସେମାନଙ୍କ ମନ ଉଦ୍ୟାନରେ

ଏ ଜୀବନ! ଟିକେ ରହି ଯା'

ବିତାଇବି କିଛି କ୍ଷଣ ମୋ ପ୍ରିୟତମ ସହ

ହଜି ଯିବି ଭିଜି ଯିବି

ପ୍ରେମର ପାର୍ବଣ ଋତୁରେ ପ୍ରୀତିର ଫୁଲ୍ଗୁର ଛିଟାରେ

ଆଉ ଚୋରା ଚଇତି ବାଆର ସ୍ପର୍ଶରେ

ଆଉ ମୁଁ ଗଲା ପରେ ବି

ସେ ଖୋଜୁଥିବେ ମତେ ମୋ ସ୍ମୃତି

ମିଶା ବସନ୍ତର ଆଗମନରେ

ଏ ଜୀବନ! ଟିକେ ରହି ଯା'

ଇଛା ଆଉ କିଛି ସମୟ

କାଟିବାକୁ ମାତୃତ୍ଵର ଡୋରରେ

ଦେବା ପାଇଁ ଅନାବିଳ ସ୍ନେହ ମୋ ସନ୍ତାନଙ୍କୁ

ଆଉ ମୁଁ ଗଲା ପରେ ବି

ସେମାନେ ନିରାପଦ ଥିବେ

ମୋ ଅଦୃଶ୍ୟ ପଣତର ଆଚ୍ଛାଦରେ

ଏ ଜୀବନ! ଟିକେ ରହି ଯା'

ପାରିବୁ ଯଦି ଏଇ ଶେଷ କଥା

ମୋର ଥରେ ଶୁଣି ଯା'

ବିତାଇନି କେବେ ନିଜ ପାଇଁ କିଛି ସମୟ

ବସିବାକୁ ଚାହେଁ କିଛି କ୍ଷଣ ନିର୍ଜନତାରେ

ଆଉ ମୁଁ ଗଲା ପରେ ବି

ସେଇ ନିର୍ଜନ ମୂହୁର୍ତ୍ତରେ ସୃଷ୍ଟି ହୋଇଥିବା

କିଛି ମୋର ସର୍ଜନାର ମାଧ୍ୟମରେ

ରହିଥିବି ମୁଁ କିଛି ମୋ ପାଠକଙ୍କ ହୃଦୟରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract