STORYMIRROR

Pramila Mohanty

Inspirational Others

2  

Pramila Mohanty

Inspirational Others

ଏ ଜୀବନ ଏକ ସଙ୍କଳ୍ପ

ଏ ଜୀବନ ଏକ ସଙ୍କଳ୍ପ

1 min
124


ଜୀବନ ଉନ୍ମାଦନା ବେଦନାର

ଏକ ସଂଯୋଜିତ ସମାହାର 

ମନୁଷ୍ୟ ଏକ ଉତ୍ତାନ ପାଦ

ତାରି ଭାବନାର ଖିଅ ବିସ୍ତୃତ

ସଂକଳ୍ପ କୁ ନେଇ ସଂଘର୍ଷ

ରଜୁରେ ଥିରି ଥିରି ପାଦ

ଦେଇ ଆଗକୁ ବଢିଵାର

ଅସୁମାରୀ ସ୍ବପ୍ନ ଢେଉରେ ଭାସିଯାଏ ଜୀବନର ସତ୍ୟ କୁ

ନିରୂପିତ କରିବାକୁ ସମର୍ଥ

  ହୋଇ ଉଠେ

ଚାଲୁ ଚାଲୁ ପଥ କେତେ ବେଳେ

କୁସୁମିତ ହୋଇଉଠେ 

ଅଜଣା ପୁଲକରେ ମାତି ଉଠେ

ପୁଣି କେତେବେଳେ ହୁଏ କଣ୍ଟକିତ ହାରିବାର ସ୍ବାଦରୁ

ମିଳେ ପୁଷ୍ପିତ ଲହରି ମାଳର

 ଅମାପିତ ଆଲ୍ଲାଦ

ସଂକଳ୍ପ ଓ ସାଧନା ଦୁଇଟି

ଅସ୍ତ୍ର ନେଇ କରିବାକୁ ହୁଏ

ସଂଗ୍ରାମ ସଯତ୍ନର ସହ ବାଛି ନେବାକୁ ହୁଏ ଵଞିବାର ପଥ

ଦୁର୍ଲଭ ଜୀବନ ହୁଅଇ ସାକାର

ବିଷର ଜ୍ବାଳା ସହି ଅମୃତର

ସନ୍ଧାନରେ ବାହିନେବାକୁ ହୁଏ

ଜୀବନର ପୋତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational