STORYMIRROR

Kishore Nayak

Tragedy

3  

Kishore Nayak

Tragedy

"ଏ ଜୀବନ ଏକ ଅନୁଭୂତି "

"ଏ ଜୀବନ ଏକ ଅନୁଭୂତି "

1 min
26

ଏ ଜୀବନ ଏକ ଅନୁଭୂତି 

ଏକ ସ୍ମୃତି 

କିଛି ଭାବପ୍ରବଣତାର 

ଏକ ଅଭୁଲା ଅଭିବ୍ୟକ୍ତିଟିଏ l

ସମୟର ଚଲାପଥରେ 

ଅତୀତ ହୋଇଯାଇଥିବା ଦିନ ଗୁଡିକୁ 

ମନେପକେଇବାର 

ଏକ ନୀରବ ମୁହୂର୍ତ୍ତ l

ସୁଖ-ଦୁଃଖ, ହସ-ଲୁହ 

ଲାଭ-କ୍ଷତି ଆଉ ମାୟା-ମୋହ'ର 

ଅଙ୍କାବଙ୍କା ପଥକୁ ଅତିକ୍ରମ କରି 

ଏ ଜୀବନ ଚାଲିଛି 

କିଛି ଅନୁଭୂତି ଆଉ କିଛି ସ୍ମୃତିକୁ ଅବଗାହନ କରି 

ନିଃସଂଗତାର ନୀରବତା ଭିତରେ 

ନିଜକୁ ନିଃସଂଗ ମନେକରୁଥିବା 

ଏ ଜୀବନ 

ବେଳେବେଳେ ଖୁବ ଭାଙ୍ଗିପଡେ 

ଯେତେବେଳେ ଆପଣାର ଲୋକମାନେ 

ନଚିହ୍ନିଲାପରି ମୁହଁ ଫେରାଇ ନିଅନ୍ତି 

ନିଜର ଅସହାୟତାକୁ ଉପଲବ୍ଧି କରି 

ବେଦନାସିକ୍ତ ଅଶ୍ରୁଳ ଚକ୍ଷୁରେ 

ଶୂନଶାନ ରାଜପଥପରେ 

ଏକାକୀ ହୋଇଯାଇଥିବା ମଣିଷଟା 

ବେଳେବେଳେ ଚାହିଁ ବସିଥାଏ 

କାହାର ଆସିବା ବାଟକୁ 

ପ୍ରେମପୂର୍ଣ୍ଣ ଏଇ ହୃଦୟହୀନ ଦୁନିଆରେ 

ସ୍ଵାର୍ଥପରତାର ଵ୍ୟସ୍ତବହୁଳତାଭିତରେ 

ନିଃସ୍ଵାର୍ଥପରତାର ମାନବିକତାକୁ ନେଇ 

କେହି ଜଣେ ଆସିବ ବୋଲି l

ବିଶ୍ୱାସର ପୃଥିବୀ ବକ୍ଷରେ 

ବିଶ୍ୱାସଘାତକତାର ଧକ୍କା ଖାଇଲାପରେ 

ଏ ଜୀବନ ଧିରେ ଧିରେ ବଦଳିଯାଏ 

ବଦଳିଯାଏ ଏ ଜୀବନର ଗତିପଥ

ବୟସର ଅପରାହ୍ନରେ

ସମୟର ଉଜାଣି ସ୍ରୋତରେ 

ସବୁକିଛି ପାଲଟିଯାଏ ଅତୀତ 

କିଛି ସୁଖର, କିଛି ଦୁଃଖର 

କିଛି ହସର, କିଛି ଲୁହର 

ନୀରବ ସ୍ମୃତିଟିଏ ହୋଇ 

ଛାତିଭିତରେ 

ମେଞ୍ଚା ମେଞ୍ଚା ଅନୁଭୂତିକୁ ଜାବୁଡି ଧରି l

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy