Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Panda

Inspirational

3  

Pradeep Panda

Inspirational

ଏ ଜୀବନ ଧନ୍ୟ ମୋର ପ୍ରଭୁ ଆଶିର୍ବାଦ

ଏ ଜୀବନ ଧନ୍ୟ ମୋର ପ୍ରଭୁ ଆଶିର୍ବାଦ

1 min
194



ଏ ଜୀବନ ଧନ୍ୟ ମୋର ପ୍ରଭୁ ଆଶିର୍ବାଦ

ବ୍ୟପିଛି ଶାଖା ପ୍ରଶାଖା ଅଗ୍ରମୂଳ ଭାବ

ଅବିରତ ବାରିଧାରା ନାହିଁ ଋତୁ ପରାଭବ

ଏ ଜୀବନ ଧନ୍ୟ ମୋର ପ୍ରଭୁ ଆଶିର୍ବାଦ


ଆନନ୍ଦ ସାଗର ପୂର୍ଣ୍ଣ ନିତ୍ୟ ଅବିରାମ

କଳା କୌଶଳ ସଦ୍ ଭାବ ସୁନ୍ଦର ସୁଧାମ

ଅନିତ୍ୟ କୁ ନିତ୍ୟ କରେ ଶୀତଳ ସ୍ଵଭାବ

ଏ ଜୀବନ ଧନ୍ୟ ମୋର ପ୍ରଭୁ ଆଶିର୍ବାଦ


ସୁଖଦ ସୁହୃଦ ସର୍ବେ ଜନ ପରିଜନ

ଉଦ୍ଭିଦ ଉଦ୍ୟାନ ବନ ସୁଶୋଭା ଅମ୍ଳାନ

ଆତ ଜାତ ଚନ୍ଦ୍ର ସୂର୍ଯ୍ୟ ଜନ ହିତେ ଠାବ

ଏ ଜୀବନ ଧନ୍ୟ ମୋର ପ୍ରଭୁ ଆଶିର୍ବାଦ


ନିତ୍ୟ ସମ୍ଭାଷଣ ସୁଧା ପ୍ରଭୁ ପରଂ ବ୍ରହ୍ମ

ଦ୍ଵନ୍ଦ ହୀନ ଶୂନ୍ୟ ରାଶି ସମର ସଂଗ୍ରାମ

ଉତ୍ ଫୁଲ ନୟନ ଯେନ ବିଶାଳ ବୈଭବ

ଏ ଜୀବନ ଧନ୍ୟ ମୋର ପ୍ରଭୁ ଆଶିର୍ବାଦ


ଅନ୍ତହୀନ ପରିବାର ଅନନ୍ତ ସୁଖ ପ୍ରକାଶ

ଅନୁତାପ ହୀନ କର୍ମମୟ ପୂର୍ଣ୍ଣ ଯଶ

ସୁମଙ୍ଗଳ ଗୀତ ଗାନ ସୁନ୍ଦର ସ୍ଵଭାବ

ଏ ଜୀବନ ଧନ୍ୟ ମୋର ପ୍ରଭୁ ଆଶିର୍ବାଦ।


ଓଁକାର ଜଡ ଜଡ଼ିତ କିବା ନିଦ୍ରା ଦିନ ରାତ୍ର

ବ୍ୟବସାୟ ବ୍ୟବସ୍ଥାନ ସଂସ୍ଥାନ ସ୍ଥାନ ରହିତ

ଅମିତ ଅକ୍ଷର ଅଂଶୁ ସୁଦୀର୍ଘ କିଏ ଜାଣିବ

ଏ ଜୀବନ ଧନ୍ୟ ମୋର ପ୍ରଭୁ ଆଶିର୍ବାଦ।



Rate this content
Log in

Similar oriya poem from Inspirational