STORYMIRROR

Snigdha Nayak

Inspirational Children

4  

Snigdha Nayak

Inspirational Children

ଏ ୭୪ତମ ସ୍ବାଧୀନତା ଦିବସ ରେ

ଏ ୭୪ତମ ସ୍ବାଧୀନତା ଦିବସ ରେ

1 min
69

ଆଜିର ଏ

୭୪ ତମ ଏ ସ୍ୱାଧୀନତା ଦିବସରେ

ସୁବର୍ଣ୍ଣ ଭାରତର ହେ ସୁପ୍ତ ଭାରତବାସୀ

ଜାଗି ଯାଇ ,କର କର୍ଣ୍ଣପାତ ଥରେ

ସେ ଦେଶପ୍ରେମୀ,ସ୍ୱାଧୀନତା ସଂଗ୍ରାମୀଙ୍କ

ବଳିଦାନର ସ୍ୱର-

ରାଣୀ ଲକ୍ଷ୍ମୀବାଇ, ଭାଗତ ସିଂ,ଗାନ୍ଧିଜୀ 

ଆଉ ଅଗଣିତ ଦେଶପ୍ରେମୀଙ୍କର...


ଶତ୍ରୁର କମାଣରେ

ଆହତ ହୋଇଥିଲା କେତେ ବୀର ବକ୍ଷ

କେତେ ଜୀବନ ଦୀପିକା ଲିଭିଯାଇ

ମିଶି ଯାଇଥିଲା ଦେଶ ମାଟିରେ ନେଇ

ସ୍ୱାଧୀନତା ପାଇବାର ନେଇ ଲକ୍ଷ୍ୟ


କେତେ ବୀର ସୈନିକ

ଫାଶୀର ଫନ୍ଦାରେ ଗଲେ ଝୁଲି

ପଛକେ ନୁଆଁଇଲେ ନାଇଁ ମଥା

ବିଦେଶୀଙ୍କ ଆଗରେ

ରଖିବେ ଜାତିର ସମ୍ମାନ ବୋଲି 


ସ୍ୱାଧୀନ କରିଛୁ ଭାରତ ମାଆକୁ

ସ୍ୱାଧୀନ ଆମ ସାହସ ,ସ୍ୱାଧୀନ ଆମ ବଳ

ଅନେକ ସଂଗ୍ରାମ ପରେ ହୋଇଛୁ ସ୍ୱାଧୀନ

ଲୋଡ଼ା ନାହିଁ ସେ ପରାଧୀନର କବଳ


ଆଉ ଆଜିର ଏ ୭୪ ତମ ସ୍ୱାଧୀନତା ଦିବସେ

ନ ଭୁଲି ପୂର୍ବଜଙ୍କ ବଳିଦାନ

ଏକାଠି ବିକାଶ ପଥେ ଆଗେଇବା

ଦେଶକୁ ଏକ ବିକଶିତ ରାଷ୍ଟ୍ର ରୂପେ ଗଢିବା

ଆଉ ଏକ ନୂଆଁ ଇତିହାସ ରଚିବା


ଉଚ୍ଚ ନୀଚ,ଜାତି ଧର୍ମର ଭେଦ ଭାବ ଭୁଲାଇ

ଆମେ ଭାରତବାସୀ ହୋଇ

ଅଖଣ୍ଡର ଗୀତି ଗାଇବା

ବୀରପୁରୁଷଙ୍କ ବଳିଦାନ ନ ଯିବ ବ୍ୟର୍ଥ

ନ କରି ଡେରି ବୁଝିବା ଚାଲ

ସ୍ୱାଧୀନତାର ପ୍ରକୃତ ଅର୍ଥ 


ସ୍ୱାର୍ଥ ଛାଡି ଦେଶ ହିତ ପାଇଁ ଲଢ଼ିବା

ପୁଣି ଥରେ ସେଇ ପ୍ରାଚୀନ ସୁବର୍ଣ୍ଣ

ଭାରତକୁ ନୂଆ କରି ଗଢିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational