STORYMIRROR

pranati Mahapatra

Children

3  

pranati Mahapatra

Children

ଦୟାମୟ କରୁଣାକର

ଦୟାମୟ କରୁଣାକର

1 min
162


କରୁଣାମୟ ହେ ଟିକେ କରୁଣା କର

ବିଶ୍ଵ ଦୁଃଖ କଷ୍ଟେ ଭୟେ ଯେ ଥରହର

କରୁଣାମୟ ହେ ଟିକେ କରୁଣା କର।


ପ୍ରତି ପାଦେ ପାଦେ ମାଡିଆସେ ନାନା କଷ୍ଟ

ମଣିଷ ଜୀବନ ଏଠି ହୁଏ ନଷ୍ଟ ଭ୍ରଷ୍ଟ

କରି କରାଉଛ ସବୁ ପ୍ରଭୁ ତୁମ ସୃଷ୍ଟ

ସୁପ୍ରବୃତ୍ତି ହଜେ କୃପ୍ରବୃତ୍ତି କରେ ଘର

କରୁଣାମୟ ହେ ଟିକେ କରୁଣା କର।


ସୁନ୍ଦର ଧରା ସୃଷ୍ଟି ସବୁ ମଧୁମୟ

ଅମୃତ ହରି କେ ବିଷ ଢାଳିଛି ଲାଗେ ଭୟ

ହଜିଛି ସ୍ନେହ ମମତା ବେଢିଛି ମୋହ

ପର ହୁଏ ଆପଣାର ରକ୍ତ ଏଠି ପର।

କରୁଣାମୟ ହେ ଟିକେ କରୁଣା କର।


ଦୟାମୟ ଦୟାବହି କୃପାଦୃଷ୍ଟି ଦିଅ 

ମଣିଷ ମନରୁ ମୋହ ମାୟା କାଢିନିଅ

ଷଢ଼ରିପୁ ହରି ଦୟା ଧର୍ମ ଭରିଦିଅ

ମଧୁମୟ ଏ ବିଶ୍ବରେ ମଧୁ ବର୍ଷା କର

କରୁଣାମୟ ହେ ଟିକେ କରୁଣା କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children