STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Inspirational Others

3  

କବିଶ୍ରୀ ଅକ୍ଷୟ କୁମାର ବେହେରା

Inspirational Others

ଦୂର୍ନୀତି

ଦୂର୍ନୀତି

1 min
123

ଆଜି ଏ ଦୂର୍ନୀତି ଖେଳୁଛି ସବୁଠି

କଳାବାଦଲର ଛାଇ,

କହି କି ପାରିବ କିଏତା ଜନକ

ମାତା ତାର ଅଛି କାହିଁ ।୧।


କୋଉଁଠି ରହୁଛି କିପରି ଆସୁଛି

ଦେଖିଅଛ କିରେ କେହି,

ଆସିଲା କେ ଦିନ ଯିବ ପୁଣି କେବେ

ଖବର ଅଛକି ପାଇ ।୨।


ସଭିଙ୍କ ମନରେ ଆସେ ଏଇ ପ୍ରଶ୍ନ

ଦିଏନା କେହି ଉତ୍ତର,

ସ୍ବାଧୀନ ଭାରତେ ଦୂର୍ନୀତି ଗ୍ରାସୁଛି

ଜନତା ଦୁଃଖେ ଅଧିର ।୩।


ଦେଖେ ନାହିଁ ସିଏ ବିକଶିତ ହୁଏ

କିଏ ଆପଣା କେ ପର,

ମନ ଭାବନାରୁ ଜାତ ଏ ଦୂର୍ନୀତି

ହୃଦୟ ଅଟେ ତା ଘର ।୪।


ଗାଆଁ ଠାରୁ ଦେଶ ସବୁଠି ଉଡୁଛି

ଦୂର୍ନୀତି ନାମରେ ନେତ,

ନିଜ ସ୍ବାର୍ଥ ପାଇଁ ସାଜିଯାନ୍ତି ଲୋକ

ତାର ଗୋଟେ ଗୋଟେ ସୁତ ।୫।


ମନ ହୃଦୟକୁ ସ୍ବଚ୍ଛ କର ସର୍ବେ

ଛାଡ ଦୂର୍ନୀତିର ପଥ,

ଅଧମ ଅକ୍ଷୟ ବିଶ୍ବାସ ଦେଉଛି

ସାହା ହେବେ ଜଗନ୍ନାଥ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational