STORYMIRROR

Pratima Satpathy

Classics

4  

Pratima Satpathy

Classics

ଦୂର୍ଗା ପୂଜା

ଦୂର୍ଗା ପୂଜା

1 min
205


ଆସିଗଲା ଦୁର୍ଗାପୂଜା, ମଣ୍ଡପ ହୋଇଛି ସଜ୍ଜା

ସୁନୀଳ ଶରତେ ହରଷେ ମର୍ତ୍ତ୍ୟକୁ ଆସୁଛନ୍ତି ଦଶଭୁଜା।

ଘଣ୍ଟ ଶଙ୍ଖ, ବୀରକାହାଳୀ ସାଙ୍ଗରେ ବାଜୁଅଛି କେତେ ବାଜା

ଭ୍ରମରୀ ବଜାଏ କୁସୁମର ବୀଣା ପୁଲକିତ ହୁଏ ମହୀ 

ଶୁଭ୍ର କାଶତଣ୍ଡୀ ମାଆ ଙ୍କ ଚରଣ ବନ୍ଦେ ଚାମର ହଲାଇ।

ତୁମରି ମୃଣ୍ମୟୀ ମୂର୍ତ୍ତିଙ୍କପାଶ ରେ ଉଜ୍ଜ୍ବଳ ଆଲୋକ ସଜ୍ଜା

ଆସିଗଲା ଦୁର୍ଗାପୂଜା।

ବ୍ରାହ୍ମଣଙ୍କ ମନ୍ତ୍ର ଧ୍ଵନୀ ଶବଦରେ କମ୍ପେ ଗଗନ ପବନ

ବରଷକେ ଥରେ ମର୍ତ୍ତ୍ୟକୁ ଆସ ମା ପୂଜା ପାଆ ନବ ଦିନ 

ଶୁଦ୍ଧ, ପୂତ ହୋଇ, ଆନନ୍ଦ ଉଲ୍ଲାସେ କରନ୍ତି ତୁମରି ପୂଜା।

ସିଂହ ବାହାନରେ, ତ୍ରିଶୂଳ ହସ୍ତରେ ଧରି ଉଭା ଦଶଭୁଜା

ଆସିଗଲା ଦୂର୍ଗା ପୂଜା।


ମହିଶ ମର୍ଦ୍ଦିନୀ, ଦୂର୍ଗତି ନାସିନୀ ମହାମାୟା ଆଦିଶକ୍ତି

ଦୁଷ୍ଟ ନାଶି ସନ୍ଥ ପାଳନ କର ମା ଜଗତେ ରହିଛି କୀର୍ତ୍ତି ।

ହସୁଛି ପୃଥିବୀ , ଆକାଶରୁ ଦେବେ କରୁଛନ୍ତି ପୁଷ୍ପ ବୃଷ୍ଟି

ମାଆ ଆସିଛନ୍ତି ମର୍ତ୍ତ୍ୟକୁ ଓହ୍ଲାଇ ଢାଳି ଦେବେ କୃପା ଦୃଷ୍ଟି 

ତିନି ଭୁବନରେ ଉଡୁଅଛି ମାଗୋ ତୁମରି ବିଜୟ ଧ୍ଵଜା ।


Rate this content
Log in

Similar oriya poem from Classics