Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance Tragedy

3  

ବି. ନିରୁପମା

Romance Tragedy

ଦୂରେଇକି କିଆଁ ରୁହ

ଦୂରେଇକି କିଆଁ ରୁହ

1 min
6.5K


ତୁମ ଲାଗି ଯଦି ଗଢା ଏ ଜୀବନ

ଦୂରେଇକି କିଆଁ ରୁହ ,

ମୁଁ ଏଠି ତୁମକୁ ଝୁରି ହେଉଥିଲେ

କେମିତି ପାଇବି କୁହ !

ମୋତେ,ଥରୁଟେ ଉତ୍ତର ଦିଅ ;

ମନ-ପ୍ରାଣ ଦେଇ ଭଲପାଏ ବୋଲି

ପ୍ରମାଣ କି ତା'ର ନିଅ ।(୦)

ଦୂରେଇକି କିଆଁ ରୁହ...


ଅଳପେ ମୁଁ ସିନା ତୁମକୁ ଜାଣିଛି

ତୁମେ ତ ଚିହ୍ନିଛ ମୋତେ ,

ପାରିନ କି ବୁଝି ମୋ ନିଜଠୁ ବଳି

ଭଲପାଏ ମୁହିଁ କେତେ !

ଜାଣି କି ଅଜଣା ହୋଇ ରହୁଅଛ

ମୁହଁ ଖୋଲି ଥରେ କୁହ ।(୧)

ଦୂରେଇକି କିଆଁ ରୁହ ....

ମନ-ପ୍ରାଣ ଦେଇ ଭଲପାଏ ବୋଲି

ପ୍ରମାଣ କି ତା'ର ନିଅ !

ମୋତେ,ଥରୁଟେ ଉତ୍ତର ଦିଅ ।


ଏ କଥାକୁ ମୋର ଗଣ୍ଠିକରି ରଖ

ତୁମକୁ ଦେଉଛି କହି ,

ଯେତେ ଦୂରେଥିଲେ,ଯେତେ ପର କଲେ

କଦାପି ଭୁଲିବି ନାହିଁ !

ହତାଦର ପଛେ କଲେ କରୁଥାଅ

ମୋଡ଼ିଦେଲେ ଦିଅ ମୁହଁ ।(୨)

ଦୂରେଇକି କିଆଁ ରୁହ....

ମନ-ପ୍ରାଣ ଦେଇ ଭଲପାଏ ବୋଲି

ପ୍ରମାଣ କି ତା'ର ନିଅ !

ମୋତେ ଥରୁଟେ ଉତ୍ତର ଦିଅ ।


ତୁମ ଲାଗି ଯଦି ଗଢ଼ା ଏ ଜୀବନ

ଦୂରେଇକି କିଆଁ ରୁହ ,

ମୁଁ ଏଠି ତୁମକୁ ଝୁରି ହେଉଥିଲେ

କେମିତି ପାଇବି କୁହ !!


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Romance