STORYMIRROR

Gunanidhi Samal

Abstract

3  

Gunanidhi Samal

Abstract

ଦୂରଭାଷ

ଦୂରଭାଷ

1 min
11.7K

ଲ୍ୟାଣ୍ଡଫୋନ କାହିଁ ଆଉ

ଦିଶୁନାହିଁ ଘରେ

ଚାହିଁ ରହୁନାହିଁ କେହି

ବ୍ୟାକୁଳ ମନରେ।

ଘରକୋଣ ଟେବୁଲ ରେ

ପାଉନାହିଁ ଶୋଭା

ଦିଶୁଥିଲା କି' ସୁନ୍ଦର

କେଡେ ମନଲୋଭା।

ଟଣା ହୋଇଥିଲା ତାର

କେଡେ ଯତନରେ

ନମ୍ବର ଘୁରାଇ ଦେଲେ

କ୍ରିଇଂ..କ୍ରିଇଂ କରେ ।

ଭ୍ରାମ୍ୟମାଣ ଦୂରଭାଷ

ଯେବେଠୁ ଆସିଲା

ଲ୍ୟାଣ୍ଡଫୋନ ବ୍ୟବହାର

ଶେଷ ହୋଇଗଲା।

କେତେ ଯେ ସୁବିଧା ତହୁଁ

ହେଉଛି ପ୍ରାପତ

ମୋବାଇଲ ନାମେ ସିଏ

ଜଗତେ ବିଖ୍ୟାତ।

କଥାହେବ ବାର୍ତ୍ତା ଦେବ

ଯେ କେଉଁ ଭାଷାରେ

ପାଠ ପଢିହେବ ପୁଣି

ଅତି ସୁବିଧାରେ ।

ପାଖରେ ଲାଗିବ ଯିଏ

ଥାଉ ଯେତେ ଦୁରେ

ସମସ୍ତଙ୍କୁ ଦେଖି ହେବ

ଅତି ସହଜରେ ।

ଦେଖିବ ଟିଭି ରେଡ଼ିଓ

ତା ସାଥେ ସିନେମା

କେ କଳି ପାରିବ କୁହ

ତାର କାରନାମା ।

ଫେସବୁକ , ହ୍ଵାଟ୍ସଆପ

ଚାଲେ ମେସେଞ୍ଜର

ସେଥିପାଇଁ ମୋବାଇଲ

ପାଉଛି ଆଦର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract