STORYMIRROR

Prasanta Kumar Behera

Abstract

2  

Prasanta Kumar Behera

Abstract

ଦୁଷ୍ଟ ଜହ୍ନ............

ଦୁଷ୍ଟ ଜହ୍ନ............

1 min
357

ଦୁଷ୍ଟ ଏ ଜହ୍ନ

ଚାହିଁବିନି, ତାକୁ ଚାହିଁବିନି

ତା ଆଖିରେ ଆଖି

ଥରେ ମିଶିଗଲେ

ଲାଜେ ରହିବିନି, ମୁଁ ରହିବିନି


ଛି ଛି ଜହ୍ନ

ତୁ ଏଡେ ଅଲାଜୁକ

ଏଡିକି ତୁ ବିନୋଦିଆ

ଏ ଘନ ରାତିରେ

ଅଂଚଳ ଭିଡୁଛୁ

ଚିତ୍ତ ଚୋର ଲଂପଟିଆ


ଛାଡ ମୋ ଅଂଚଳ

ପଦ୍ମତୋଳା ତୋର

ଶୁଣିବିନି, ମୁଁ ଶୁଣିବିନି 

କିମିଆଁ ଜାଣିଛି

ଦୁଷ୍ଟ ଏ ଜହ୍ନ

ଚାହିଁବିନି, ତାକୁ ଚାହିଁବିନି


ଭରା ଆଷାଢ଼ ରାତିରେ

ରହିଛି ସିନା ମୁଁ

ଫୁଲ ବଗିଚାରେ ଏକା

ଫିକା ଜୋଛନାରେ

ଉଚ୍ଚାଟ ହେଲେବି

ଡେଇଁ ପାରିବିନି ରେଖା


ଜହ୍ନରେ ତୁ ଭାରି ଡରକୁରା 

ତିନି ରେଖା 

କାଟି ପାରିବୁନି, ତୁ ପାରିବୁନି

କିମିଆଁ ଜାଣିଛି

ଦୁଷ୍ଟ ଏ ଜହ୍ନ

ଚାହିଁବିନି, ତାକୁ ଚାହିଁବିନି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract