STORYMIRROR

Hrushikesh Satpathy

Classics

3  

Hrushikesh Satpathy

Classics

ଦୁର୍ଗମ ଦୁର୍ଭେଦ୍ୟ

ଦୁର୍ଗମ ଦୁର୍ଭେଦ୍ୟ

1 min
376

ତ୍ରିଫଳା

ମଣିଷର ମହୌଷଧି

ରୁଗ୍ଣ ପାଇଁ ମହାର୍ଘ ମାଧୁରୀ

ବୁଭୁକ୍ଷୁ ଭାଗ୍ୟରେ ମିଳିବା ବି କଷ୍ଟ


ଈଶ୍ୱର

ତାଙ୍କ ପ୍ରାଥମିକ ଉପହାର

ଖାଦ୍ୟ, ପେଟ ପାଇଁ ଅନ୍ତରଙ୍ଗ ଉତ୍ସ

ସବୁଙ୍କ ଭାଗ୍ୟରେ ମିଳେ କଣ


ସୂତ୍ରଧର

ସେଇ ଅବିକଳ୍ପ

ସେଇ ଏକରେ ଅନେକ,

ଅନେକରେ ଏକ

ସବୁ ଖେଳର ସଫଳ ନିୟନ୍ତା

କିନ୍ତୁ,ମଣିଷର କ୍ଷୁଧା ସମ୍ବରଣ

କ୍ଷୁଧା ସଂକ୍ଷେପଣ

କାହିଁ ସେଇ ଶକ୍ତି


ଶକ୍ତିମାନ,

ସର୍ଵ ଶକ୍ତିମାନ

ତଥାପି ନାଚାର

କ୍ଷୁଧାର ସୀମା ହିଁ ଵିକ୍ଷିପ୍ତ

ଅସୀମ ଅପର୍ଯ୍ୟାପ୍ତ

ଲମ୍ବା ଲମ୍ବା,ଧାଡି ଧାଡି

ରଙ୍ଗ ବେରଙ୍ଗର କ୍ଷୁଧା


ମଣିଷ ତୁ ଧନ୍ୟ

ଦୁର୍ବାର କାମନା ତୋର

ମାପି କି ପାରିବ

ଦେଇକି ପାରିବ ମହୌଷଧି

ଯଦିବା ସେ ଅନନ୍ତ,ଅଭେଦ

ତୋ' କ୍ଷୁଧା ଯେ ଦୁର୍ଗମ,ଦୁର୍ଭେଦ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics