STORYMIRROR

Priyabrata Mohanty

Tragedy Inspirational

3  

Priyabrata Mohanty

Tragedy Inspirational

ଦୁର୍ଘଟଣା

ଦୁର୍ଘଟଣା

1 min
322

ଦୁଃଖରେ ଭରା    ଘଟିଲେ ଘଟଣା

କୁହନ୍ତି ଦୁର୍ଘଟଣା,

କହି ତ କେବେ    ଆସେ ନାହିଁ ଜମା

ନ ଥାଏ କିଛି ଠିକଣା ।।


ମନକୁ ମାରେ    ଶରୀରକୁ ଚିରେ

ଧରାଇ ଦିଏ ବିଛଣା,

ଗରିବ ଧନୀ    କିଛି ତ ଦେଖେନି

ଅସହ୍ୟ ହୁଏ ଯନ୍ତ୍ରଣା ।।


ପ୍ରକୃତି ଖେଳ    ବଡ଼ ଗୋଳ ମାଳ

ନିମିଷକେ କରେ ଧୂଳି,

ଦେଖେନି ଗୁଣ    ଦେଖେ ନାହିଁ ବଳ

ନିରୁପାୟ ବାହୁବଳୀ ।।


ବଡ଼ ପ୍ରଚଣ୍ଡ    ନାହିଁ ମାନ ଦଣ୍ଡ

ଦଇବର ଏଯେ କାଣ୍ଡ,

କଟାଇ ମୁଣ୍ଡ    ଭାଙ୍ଗି ମେରୁଦଣ୍ଡ

ସବୁକରେ ଖଣ୍ଡ ଖଣ୍ଡ ।।


ପ୍ରଭୁ ନାଁ ଧରି   ଭଜ ହରି ହରି

କରିବ ତତେ ସେ ପାରି,

ସତର୍କ ହୋଇ    ରହିଲେ ତୁ ଭାଇ

ବିପଦେ ଯିବୁ ଦୁରେଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy