STORYMIRROR

Dharitri Das

Abstract

2  

Dharitri Das

Abstract

ଦୁର୍ଘଟଣା

ଦୁର୍ଘଟଣା

1 min
115


ଦୁର୍ଘଟଣା ଦିନକୁ ଦିନ ଯାଉଛି ବଢି

କେତେଯେ ଜୀବନ ହରାନ୍ତି ରାସ୍ତାରେ ପଡ଼ି।

ମଦ୍ୟପ ଗଞ୍ଜଡ଼ ହୋଇବ ଚାଳକ ଯେବେ

ଦୁର୍ଘଟଣା ତ ନିଶ୍ଚିତ ଘଟାଇବ ତେବେ।

ଚାଳକ ଭାଇ ହେ ହୁଅ ତୁମେ ସଚେତନ

ତୁମ ପାଇଁ ନଯାଉ କା ଅମୂଲ୍ୟ ଜୀଵନ।

ସ୍ଥିର ମନରେ ଥରୁଟେ କର ତୁମେ ଚିନ୍ତା

ମଦ୍ୟପ ନ ହେଲେ କି ଦୁର୍ଘଟଣା ହୁଅନ୍ତା!

ଦ୍ରୁତ ଗତି ମହାବିପତ୍ତି ଶୁଣିଛ ତୁମେ

ଏ କଥାକୁ ହେଜି ଲଗାଉ ନାହଁ କର୍ମେ।

ସଡ଼କ ସୁରକ୍ଷା ନିତି କଡ଼ାକଡ଼ି ଭାବେ

ପାଳନ କରି ଗାଡି ଚଳାଇବ ସରବେ।

ଏକଥାକୁ ସତ୍ୟ ମାନିଗଲେ ଚାଳକ ଭାଇ

ଦୁର୍ଘଟଣାକୁ ତୁମେ ଏଡ଼ାଇ ପାରିବ ଦେଇ।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract