Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational Others

3  

Binodini Dash

Inspirational Others

ଦୁର୍ଘଟଣା

ଦୁର୍ଘଟଣା

1 min
189



ଯାତାୟାତେ ହେଲେ ଅସାବଧାନତା

ଘଟିଥାଏ ଦୁର୍ଘଟଣା,

କେତେ ଯେ ଧନ ଜୀବନ କ୍ଷୟକ୍ଷତି

ଘଟେ ନଥାଏ କଳନା,

ସେଥୁ ମିଳଇ ଯନ୍ତ୍ରଣା,

ଯାହା ଚାଲିଯାଏ ତାହା ଜୀବନରେ 

ଆଉ ବି ଫେରି ଆସେନା ।


ଭବ ରଙ୍ଗମଞ୍ଚେ ଜୀବନ ନାଟକେ

ନିତି କେତେ ଦୁର୍ଘଟଣା,

କାହା ଭାଗ୍ୟେ କେତେ ଘଟି ଚାଲିଥାଏ

ନଥାଏ ତା'ର ଠିକଣା,

ଅବୁଝା ମନ ମାନେନା,

ତଥାପି ସମୟ ସହିତ ସାଲିସ

କରି ହୁଏ ଦୃଢ଼ମନା ।


ଆଜିର ସମୟେ ଶିଶୁକନ୍ୟା ସାଥେ

ଘଟେ ଯେଉଁ ଦୁର୍ଘଟଣା,

ତାହା ପୁରୁଷର ହୃଦୟତନ୍ତ୍ରର

ଅଟେ କୁତ୍ସିତ ଭାବନା,

ନକରି ଟିକେ ଶୋଚନା,

କଅଁଳ କଢିର ଅଫୁଟା ପାଖୁଡ଼ା

ଛିଣ୍ଡାଇ ଭରେ ଯାତନା ।


Rate this content
Log in

Similar oriya poem from Inspirational