tikeshwar sahu

Inspirational

4.5  

tikeshwar sahu

Inspirational

ଦୁର୍ଘଟଣା

ଦୁର୍ଘଟଣା

1 min
204



ଦୁର୍ଘଟଣା ଆଣେ ମନେ ବଡ଼ ଶଙ୍କା

ବିପତ୍ତିର ଘନଘଟା,

କେତେବେଳେ ଆସେ କିପରି ଭାବରେ

ମନ କରିଦିଏ ଭଟା |୧|


ବାଘ ଭୟ ଆଣେ କଳା ରାସ୍ତା ଗୋଟା

ଯାନ ଗୁଡ଼ା ବାଘ ପରି,

ଘର୍ଘର ନାଦରେ ମାଡ଼ି ଆସୁଥିବେ

ବାଘ କି ହୋଇବ ସରି |୨|


ଜୀବନକୁ ପାଣି ଛଡ଼ାଇ ଚାଳନ୍ତି

ଚାଲୁଥିବା ବାଟୋଇଟି,

କେତେବେଳେ ଆସି ଟେକି ନେଇଯିବ

ଛିଡ଼ି ଯାଉଥିବ ମାଟି |୩|


ଅଦିନ ଘଟଣା ଦୁର୍ଘଟଣା ସାଜେ

ଛିଡ଼ି ପଡ଼େ ଆକାଶଟା,

ଅସାର ସଂସାର ଚହଲି ଯାଏରେ

ହସ୍ତ ପଦ ହୁଏ କଟା |୪|


ମନ ଚଞ୍ଚଳତା ଯଦି ବ୍ୟାକୁଳତା

ଥାଇ ଗାଡ଼ି ଚଲାଇବ,

ଅନ୍ୟମନସ୍କରେ ଆଗକୁ ବଢ଼ିଲେ

ଦୁର୍ଘଟଣା ଘଟାଇବ |୫|


ନିଶା ସେବନକୁ ଘର ଗଣ୍ଡଗୋଳ

ଦୁର୍ଘଟଣାକୁ ସ୍ୱାଗତ,

ମଦୁଆ ସ୍ୱାମୀକୁ ପଦେ କହିଦେଲେ

ମିଳିଥାଏ ବିଧା,ଲାତ |୬|


ବିଦ୍ୟୁତ ଆଘାତ ବଢ଼ି ନଈପାଣି

ପବନର ଚକ୍ରକେଳି,

ଝଡ଼ ତୋଫାନରେ ଦୁର୍ଘଟଣା ଆସେ

ଦୁଃଖ ଆଣେ ଭଳି ଭଳି |୭|


ଆସେ ଦୁର୍ଘଟଣା ଭାଇବନ୍ଧୁ ସାଥେ

ଦୁଃଖ ସମସ୍ତଙ୍କୁ ଦେଇ,

ତାକୁ ଦୂରେଇବା ସମ୍ଭାଳି ଚାଲିବା

ହୋଇଥିବା ଭାଇ ଭାଇ |୮|


ଦ୍ରୁତଗତି ପରା ଅଟଇ ବିପତ୍ତି 

ଟ୍ରାଫିକ ନିୟମ ମାନିବା ,

ତେବେ ଯାଇ ସିନା ଭଲରେ ଚଳିବା

ଅନ୍ୟକୁ ଭଲରେ ରଖିବା |୯|


ଦୁର୍ଘଟଣା ରୋକା ଆମ ହାତ କଥା

ହୋଇଥିବା ସାବଧାନ,

ହାତେ ମାପିକରି ଚାଖଣ୍ଡେ ଚାଲିଲେ 

ମିଳିଯିବ ସନମାନ |୧୦|

————————



Rate this content
Log in

Similar oriya poem from Inspirational