STORYMIRROR

Niranjan Sahu

Inspirational Others

2  

Niranjan Sahu

Inspirational Others

ଦୁନିଆଟା ଗୋଲ

ଦୁନିଆଟା ଗୋଲ

1 min
14.5K


ସତ କହିବି ନା ମିଛ କହିବି

ଦୁଃଖ କହିବି ନା ସୁଖ କହିବି

ଯାହା ହେଉଛି କହିବି ନା

ଯାହା ନହେଉଛି କହିବି

ଏ ଦୁନିଆରେ ତ ସବୁ ହେଉଛି

ସତଟା ମିଛ ହେଉଛି

ମିଛଟା ବି ସତ ହେଉଛି

ବଡ଼ ଚୋର ଘୁରି ବୁଲୁଛି

ସାନ ଚୋର ବନ୍ଧା ଖାଉଛି

ଧନୀ ଯୋଜନା ଲୁଟି ନେଉଛି

ଗରିବ ଏଠି ଚାହିଁ ବସିଛି

ବେପାରୀ ଧନୀ ହେଉଛି

ଚାଷୀ ବିଷ ଖାଉଛି

ତିନି ବର୍ଷର ଝିଅ ବଳତ୍କାର ହେଉଛି

ବଲତକାରୀ ଘୁରି ବୁଲୁଛ

ମଦରେ ଦେଶ ଭାସୁଛି

ମଦ ବେପାରୀ ଖୁସି ହେଉଛି

କାନୁନ ଏଠି ସବୁ ରହିଛି

ସବୁ କାନୁନ ଅନ୍ଧ ହେଇଛି

ସବୁ ସମ୍ଭବ ଅସମ୍ଭବ ହେଉଛି

ଅସମ୍ଭବ ସମ୍ଭବ ହେଉଛି.....

ସବୁ ତ ଜାଣିଛ ମୁଁ ଆଉ ଅଧିକ କ’ଣ କହିବି

ହଁ ଏତିକି କହିବି...

ଏ ଦୁନିଆରେ ହାତେ ମାପି ଚାଖଣ୍ଡେ ଚାଲିବ.

କାରଣ.....

ଏ ଦୁନିଆଟା ଗୋଓଓଓଓଓଓଲ.....

     ନିରଞ୍ଜନ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational