ଦୁଇପଦ କୁହ
ଦୁଇପଦ କୁହ
ବାବା ରାମ ରହିମକୁ ଗାଳି ଦିଅ
ଆସାରାମ ବାପୁକୁ ଜେଲରେ ପୁରାଅ
ସାରଥୀ ବାବାଙ୍କୁ ଲଙ୍ଗଳା କରାଅ
ସୁର ବାବାଙ୍କୁ ଲହୁ ଲୁହାଣ କରାଅ
ଅନ୍ୟ ଚଉଷଠି ବାବାଙ୍କୁ
ଅଡଷଠି ପ୍ରକାର ଦଣ୍ଡ ଦିଅ
କିଛି କହିବାର ନାହିଁ
ମୋର ବିନମ୍ର ଅନୁରୋଧ
ମୁର୍ଖ ମହିଳାଙ୍କୁ
ଅନ୍ଧଭକ୍ତ ମହିଳା ବର୍ଗଙ୍କୁ
ଦୁଇ ପଦ ଶୁଣାଅ
କାନ ପାଖରେ ଚିଲ୍ଲେଇ କିଛି କୁହ
ସୁଧୁରି ଯିବେନି ଜଣା
ଉଗ୍ର ଆଧୁନିକତାରେ ଅମଣା ଅରଣା
କାଳେ ଦୁଇ ଚାରିପଦ ଶୁଣିଲା ପରେ
ମାନବତାର ଅନ୍ଧପୁଟୁଳି ଖୋଲିଯାଇ ପାରେ
ମନ ଆଇନାରେ ଲଗା ମଇଳା ପୋଛି ପାରେ
ସତ୍ୟ ଶିବ ସୁନ୍ଦର ପୂଜନୀୟ ପୂଜାସ୍ଥାନ
ସ୍ୱାମୀ ପରମଗୁରୁ ପରମେଶ୍ଵର ଆସ୍ଥାନ
ଲୋକ ଦେଖାଣିଆ ଚରଣଧୂଳି
ଗହଳି ଚହଳିରେ କ୍ୟାମେରା କଳି
ମାତ୍ରାଧିକ ଫୁଟେଜ ପାଇଁ ମହିଳା ମେଳି
ବାବାଙ୍କ ଚେଲା ସହିତ କୋଳାକୋଳି
ଇତ୍ୟାଦି ଇତ୍ୟାଦିର କୁହୁଡି ଆସ୍ତରଣ
ଦୁଇ ଚାରିଜଣଙ୍କ ମୁଣ୍ଡରୁ ତୁଣ୍ଡରୁ ଭାଣ୍ଡରୁ
ଦୂରେଇ ଯାଇ ପାରେ ଆହେ ନାରାୟଣ
ବାବା ବାବା କହିବେ କହୁଥିବେ
ଚରଣ ପାଦୁକା ଛୁଇଁବେ ଦବେଇବେ
ପାଦ ବନ୍ଦନା କରିବେ ସେବା କରିବେ
ଆଶିର୍ବାଦ ଗ୍ରହଣ କରିବେ ମାଗିବେ
ବିଚରା ବାବା ମାନେ ଧର୍ମବକ
ପାଖଣ୍ଡି ପାଷାଣ୍ଡ ମହାଠକ
ସଂସାର ବୈରାଗୀ ମହା ଚାଲାକ
କୋମଳ ହାତର ପରଶ ପାଇ
ଶୋଇଥିବା ଯୌବନ ଯାଗଇ ଚେଇଁ
ହିନ୍ଦୁ ସନାତନ ଧର୍ମ ଶାଶ୍ଵତ ଭାବନା
ପତିଦେବ ହିଁ ପରମ ଗୁରୁ ଆରାଧନା
ପ୍ରବଚନ ଶୁଣ ମନା ନାହିଁ
ସଂକିର୍ତ୍ତନ କର ମନା ନାହିଁ
ଧର୍ମସଭାରେ ବସ ମନା ନାହିଁ
ବାବାଙ୍କ ବିଭୁତି ପାଇଲେ ଭକ୍ତି ଅର୍ଚ୍ଚନା
ବାବାଙ୍କ ପାଦୁକା ସେବା ଭକ୍ତି ମାର୍ଜନା
ଆଚରଣ ଉଚ୍ଚାରଣ ବେଶି
ବେଶଭୂଷା ସାଜ ସରଞ୍ଜାମ ବେଶି
ଘର ପରିବାର ମଝିଖୁଣ୍ଟ ମହିଳା
ସଂସ୍କାର ପରମ୍ପରା ସଭ୍ୟତା ମହିଳା
ବାବା ପଛରେ ଧାଇଁ
ଚରଣ ଧୂଳି ପାଇବା ପାଇଁ
ଦଳାଚକଟାରେ ମୃତ୍ୟୁ ଲଭିବା
ଘୋର ବିଡ଼ମ୍ବନା ମୁହିଁ ଭାବଇଁ

