STORYMIRROR

pranati Mahapatra

Fantasy Children

3  

pranati Mahapatra

Fantasy Children

ଦୁଇକୂଳ ହିତା

ଦୁଇକୂଳ ହିତା

1 min
150

ନ ଅରି ଯିଏ ସିଏ ପରା ନାରୀ

ଭାର ସହେ ବୋଲି ଭାର୍ଯ୍ୟା,

ପତନରୁ ଉଠେଇ ଦିଏ ତ

ପତ୍ନୀ ନାମ ଯେ ତାହାରି।

ନାରୀ ସିଏ ସିନା କେତେ ନାମେ

ରୂପେ ନେଇଥାଏ ଭିନ୍ନ ନାମ

କେତେବେଳେ କନ୍ୟା ଭଗିନୀ 

ଜନନୀ ଥାଏ ଯେ କେତେ କାମ

ସର୍ବଂସହା ରୁପେ ସହିଯାଏ ବୋଲି

ଧରିତ୍ରୀ ଆମ ଜନନୀ,

ଶତୃ ସଂହାରିଣ ଧର୍ମ ପ୍ରତିଷ୍ଠାରେ

ଦିଏ ନୂତନ ଆଲୋକ ବୁଣି।

ଏ କୂଳ ଦୁଲଣୀ ସେ କୂଳର ପୁଣି

ମା ଲକ୍ଷ୍ମୀ ଠାକୁରାଣୀ।

ଦୁଇକୂଳ ହିତ କରି ଚାଲିଥାଏ

ନ ଥାଏ କେବେ ତା ଦୁଃଖ

ଏ ନାରୀ ଜାତିଙ୍କୁ ଆଶିଷ କରୁଣା 

ଦେଉଥାନ୍ତୁ କଳାମୁଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy