Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjun Das

Abstract Romance Classics

4  

Arjun Das

Abstract Romance Classics

ଦୁଇ ଧାର ଲୁହ

ଦୁଇ ଧାର ଲୁହ

1 min
338


ନିଃଶବ୍ଦ ଲୁହ ଟେ ଝରିଯାଏ

ଅସରନ୍ତି କୋହ ନେଇ

ଦୁଇ ବୁନ୍ଦା ମୋତି ପରି ଝଲସୁ ଥାଏ

ଅନେକ ଟି ଆଶା ନେଇ  ।


ଲୁହ ଧାର ଝରିଯାଏ ମାଆ ର ଆଖିରୁ

ଯେବେ ପୁତ୍ର ହୁଏ ଜନ୍ମ

ସେଇ ଧାରେ ଲୁହ ପୁଣି ଝରି ଥାଏ

ପୁଅ ଦିଏ ନାହିଁ ପ୍ରେମ   ।


ବେଳେ ଖୁସି ରେ ବି ଝରିଯାଏ ଲୁହ

ମନର କଥା କୁ ନେଇ

ସେଇ ଲୁହ ଅସରନ୍ତି ସାଗର ପରି

ଖେଳି ଯାଏ ଢେ଼ଉ ହୋଇ  ।


ବେଳେ ବେଳେ ଲୁହ ଧାର ଝରିଯାଇ

ହାଲକା କରଇ ମନ

ସେଇ ଲୁହ ପୁଣି ଝରି ଯାଏ ପରା

ରୋକି ହୃଦୟ ସ୍ପନ୍ଦନ  ।


ଲୁହ ପୁଣି ଥରେ ଝରିଯଏ

ଅସରନ୍ତି ଦୁଃଖ ଦେଇ

ଦୁଃଖ ଭରା କାହାଣୀ ଯେ

କ୍ଷୟ କେବେ ହୁଏ ନାହିଁ  ।


ବେଳେ ଝରଣାର ଦୁଇଧାର ପରି

ଅସରନ୍ତି ଝରିଯାଏ

ବିନା କୋୖଣସି ବାଧାବିଘ୍ନ ଦେଇ

ଲୁହର ସାଗର ହୋଇ    ।


ଦୁଇ ଧାର ଲୁହ ବହି ଥାଏ 

ଝିଅର ଆଖିରୁ ସତେ

ଯେବେ ହୋଇ ଥାଏ ବିଦାୟ

ଶାଶୁ ଘର ଜ୍ବାଇଁ ସାଥେ  ।


ଧାର ଧାର ବହିଯାଏ ଅଶ୍ରୁଜଳ

କୋହକୁ କରି ଦୁଇ ଫାଳ

ମନର ଅନ୍ତରାଳେ ଦୁଃଖ ଭରା

କାହାଣୀ ତ ଅନର୍ଗଳ     ।


ଲୁହ ର ବନ୍ୟା ଛାତିକୁ ଚିରି

କରିଦିଏ ଅସ୍ତବ୍ୟସ୍ତ

ନିରିହ ନୟନ ଝୁଙ୍କି ପଡି ଥାଏ

କରେନାହିଁ କେବେ ନ୍ୟସ୍ତ    ।


Rate this content
Log in

Similar oriya poem from Abstract