ଦୁଇ ବୁନ୍ଦା ହସ
ଦୁଇ ବୁନ୍ଦା ହସ
କେବେ ଦୁଃଖରେ ଖୋଜେ
କେବେ ଖୁସିରେ ହଜେ
କେବେ ଏକେଲା ମିଳେ
କେବେ ଜନ ଗହଳେ
ଦୁଇ ଓଠର
ଭାବ ପ୍ରବଣତାର
ପ୍ରତିକ୍ରିୟା ଅନେକ
ଲୁହ କୋହର ଭାଷାତକ
କେତେ ଦିନର ସାଉଁଟିଥିବା
କେତେ ଦିନ ପରେ ମିଳିଥିବା
ନିଆରାପଣର ଧନୀମନଟା
ହସି ଦିଏ ପ୍ରେମରେ ହୃଦୟଟା
ହସସାଜେ ମୁଖରେ
ପଶୁ କି ହସିପାରେ ଥରେ
