ଦୁଇ ଆଖି
ଦୁଇ ଆଖି
ଆଖି ଦୁଇ ତୋର ମାୟାର ସାଗର
ବୁଡି ମାରିବାକୁ ଇଚ୍ଛା ହୁଏ ମୋର
ନୀଳନୀଳ ଢେଉ ସାଗର ବେଳାରେ
ହଜିଯାଏ ମନ ତୋ ସୌନ୍ଦର୍ଯ୍ୟ ମେଳାରେ।
ଆଖି ଦୁଇ ପାଖେ ଅଛି କି କୁହୁକ
ଟାଣେ ତା ଆଡେ ସତେ କି ଚୁମ୍ବକ
ଆକର୍ଷଣ ବଳ ଏତେ ଯେ ତାହାର
ଟାଣି ହୋଇ ଯାଏ ହୃଦୟ ମୋହର।
ମୃଗରାଜଙ୍କର କସ୍ତୁରୀସମ ସେ ଆଖି
ଲାଜକୁଳୀ ସମ ସେ ଯେ ନିରୀମାଖି
କେତେ କାମରସ ରହିଅଛି ଭରି
ଦେଖିଦେଇ ତାକୁ ନଯାଏ ମୁଁ ମରି।
ଆଖି ନୁହେଁ ସେ ଯେ ସତେ ମାୟାଜାଲ
କୈବର୍ତ୍ତ୍ୟ ସାଜିଣ ମତେ ଫସେଇଲ
ଜୀବନରେ ଆଉ କିଛି ଲୋଡାନାହିଁ
ଦେଖୁଥିବି ଖାଲି ତୁମ ଆଖି ଦୁଇ।

