STORYMIRROR

Papu parida

Romance Others

3  

Papu parida

Romance Others

ଦୁଇ ଆଖି

ଦୁଇ ଆଖି

1 min
224


ଆଖି ଦୁଇ ତୋର ମାୟାର ସାଗର

ବୁଡି ମାରିବାକୁ ଇଚ୍ଛା ହୁଏ ମୋର

ନୀଳନୀଳ ଢେଉ ସାଗର ବେଳାରେ

ହଜିଯାଏ ମନ ତୋ ସୌନ୍ଦର୍ଯ୍ୟ ମେଳାରେ।


ଆଖି ଦୁଇ ପାଖେ ଅଛି କି କୁହୁକ

ଟାଣେ ତା ଆଡେ ସତେ କି ଚୁମ୍ବକ

ଆକର୍ଷଣ ବଳ ଏତେ ଯେ ତାହାର

ଟାଣି ହୋଇ ଯାଏ ହୃଦୟ ମୋହର।


ମୃଗରାଜଙ୍କର କସ୍ତୁରୀସମ ସେ ଆଖି

ଲାଜକୁଳୀ ସମ ସେ ଯେ ନିରୀମାଖି

କେତେ କାମରସ ରହିଅଛି ଭରି

ଦେଖିଦେଇ ତାକୁ ନଯାଏ ମୁଁ ମରି।


ଆଖି ନୁହେଁ ସେ ଯେ ସତେ ମାୟାଜାଲ

କୈବର୍ତ୍ତ୍ୟ ସାଜିଣ ମତେ ଫସେଇଲ

ଜୀବନରେ ଆଉ କିଛି ଲୋଡାନାହିଁ

ଦେଖୁଥିବି ଖାଲି ତୁମ ଆଖି ଦୁଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance