STORYMIRROR

Biswaranjan Mohanty

Inspirational

3  

Biswaranjan Mohanty

Inspirational

ଦୁଃସହ ଏକାନ୍ତ

ଦୁଃସହ ଏକାନ୍ତ

1 min
232

ଜୀବନର ରଣ କ୍ଷେତ୍ର 

ଶରଶଯ୍ୟା ପରେ 

ତୁମକୁ ଖୋଜଇ ମୁହିଁ 

ଏକା ଏକାନ୍ତରେ  l 

ଚଉପାଶେ କର୍ଣ୍ଣ ଦ୍ରୋଣ 

ଅର୍ଜ୍ଜୁନଙ୍କ ପରି 

ମହା ମହା ରଥୀମାନେ 

ରହିଛନ୍ତି ଘେରି 

ସବୁରେ ଉପେକ୍ଷି ମୋର 

ଦୃଷ୍ଟି ଯାଏ ଦୂରେ 

ଦେଖେ ଚକ୍ର ହାତେ ଥାଅ 

ଶିର ନିକଟରେ 

ତୁମକୁ ଭରସା କରି 

ଅଛି ମୁଁ ଶୟନେ 

ରହିଛି ବିଶ୍ୱାସେ ତୁମ 

ଦକ୍ଷିଣ ଅୟନେ 

କେବେ ସୂର୍ଯ୍ୟ ଆସି ହେବ 

ପଶ୍ଚିମରେ  ଅସ୍ତ 

ଏ ଜୀବନୁ  ଲିଭିଯିବ 

ଦୁଃସହ  ଏକାନ୍ତ  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational